ଭିଜିଲାନସ୍‌ ସ୍କାନର୍‌ରେ ଫୁଲବାଣୀ ପୌର ନିର୍ବାହୀ ଅଧିକାରୀ, ୧.୩୬ କୋଟିର ସମ୍ପତ୍ତି ଠାବ

zisanmohammad
0

ଫୁଲବାଣୀ/ବ୍ରହ୍ମପୁର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫୁଲବାଣୀ ପୌରପାଳିକା ନିର୍ବାହୀ ଅଧିକାରୀ ରାଧାମୋହନ ବେହେରାଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି। ତାଙ୍କ ଘରୁ କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଠାବ କରାଯାଇଛି। ଆଜି ତାଙ୍କ ଅଫିସ, ସରକାରୀ ବାସଭବନ ସହ ଏକା ସଙ୍ଗେ ୫ଟି ସ୍ଥାନରେ ଚଢାଉ କରାଯାଇଥିଲା। ଚଢ଼ାଉ ସମୟରେ ମୋଟ ୧କୋଟି ୩୬ ଲକ୍ଷ ୩୨ହଜାର ୭୭ ଟଙ୍କାର ସମ୍ପତ୍ତି ଠାବ କରାଯାଇଥିବା ଭିଜିଲାନସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ କିଛି କାଗଜପତ୍ର ମଧ୍ୟ ଜବତ ହୋଇଛି। ସେହିଭଳି, ଅଫିସ କର୍ମଚାରୀ ଅମରେଶ ଗୌଡଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢାଉ କରାଯାଇଥିବା ଜଣାପଡ଼ିଛି। ଭିଚିଲାନ୍ସ ପକ୍ଷରୁ ରାଧାମୋହନଙ୍କ ନାମରେ ମାମଲା ରୁଜୁ କରାଯାଇଛି।



from ଅପରାଧ – Sambad https://ift.tt/2FGjfKN

Post a Comment

0Comments
Post a Comment (0)