ପୁଅର ଫାଉଡ଼ା ଚୋଟରେ ବାପ ମୃତ

zisanmohammad
0

ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ବେଲଡିହି ନିକଟ ନୟାପଲି ଗାଁରେ ଜମିବାଡ଼ିକୁ କେନ୍ଦ୍ର କରି ବାପ, ପୁଅ ମଧ୍ୟରେ ଗଣ୍ଡ‌ଗୋଳ ହୋଇଛି। ଉତ୍ତ୍ୟକ୍ତ ପୁଅର ଫାଉଡ଼ା ମାଡ଼ରେ ବାପା ‌ରୋହିଦାସ ଗିଲୁଆ (୫୦)ଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ପୁଲିସ ୨ ପୁଅ ରାଇସିଂ ଗିଲୁଆ (୨୬) ଓ ରାମେଶ୍ବର ଗିଲୁଆ (୨୪)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ନୟାପଲି ଗାଁର ରୋହିଦାସଙ୍କ ୨ଟି ସ୍ତ୍ରୀ ଅଛନ୍ତି। ପ୍ରଥମ ସ୍ତ୍ରୀଙ୍କ ୩ ପୁଅ ଓ ୨ ଝିଅ ଅଛନ୍ତି। ଦ୍ବିତୀୟ ସ୍ତ୍ରୀଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ରୋହିଦାସ ଦ୍ବିତୀୟ ସ୍ତ୍ରୀ, ପୁଅ, ଝିଅଙ୍କ ସହ ରହୁଥିଲେ। ପ୍ରଥମ ସ୍ତ୍ରୀ ନିଜ ପୁଅ ଓ ଝିଅଙ୍କୁ ନେଇ ଅଲଗା ରହୁଥିଲେ। ଜମିବାଡ଼ି ଭାଗବଣ୍ଟାକୁ ନେଇ ଗୁରୁବାର ବିଳମ୍ବିତ ରାତିରେ ମଝିଆ ପୁଅ ରାମେଶ୍ବର ଓ ବାପା ରୋହିଦାସଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଉତ୍ତ୍ୟକ୍ତ ହୋଇ ରାମେଶ୍ବର ପାଖରେ ଥିବା ଏକ ଫାଉଡ଼ାରେ ରୋହିଦାସଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ରୋହିଦାସଙ୍କ ମୃତ୍ୟୁ ଘଟିଥିଲା। ଘଟଣା ସମ୍ପର୍କରେ ଶୁକ୍ରବାର ସକାଳେ ରୋହିଦାସଙ୍କ ଦ୍ବିତୀୟ ସ୍ତ୍ରୀ ଚିନ୍ତାମଣି ଗିଲୁଆ ଥାନାରେ ଅଭିଯୋଗ କରିଥିଲେ।



from ଅପରାଧ – Sambad https://ift.tt/2XAAyH7

Post a Comment

0Comments
Post a Comment (0)