ମଦ ନିଶାରେ ଝିଅକୁ ହାଣି ନିଜ ଗଳା କାଟିଲା ବାପା

zisanmohammad
0

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ମସ୍କାପଦର ଗ୍ରାମର କାର୍ମୁ ମାଝୀ(୪୦) ମଦ ନିଶାରେ ତା’ର ଝିଅକୁ ଟାଙ୍ଗିଆରେ ଆଣିବ‌ା ପରେ ନିଜ ଗଳା କାଟି ପକାଇଥିବା ଅଭିଯୋଗ ହୋଇଛି। ପରିବାର ଲୋକେ ଉଭୟ ବାପ ଝିଅଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି। ମସ୍କାପଦର ଗାଁରେ ଗୁରୁବାର ରାତିରେ କାର୍ମୁର ସ୍ତ୍ରୀ କଡ଼ମି ମାଝୀ, ପୁଅ ହେମନ୍ତ ମାଝୀ(୧୬), ଅଶୋକ ମାଝୀ(୧୧) ଏବଂ ଝିଅ ସରିତା ମାଝୀ(୧୩) ଶୋଇଥିଲେ। ରାତିରେ ମଦ ନିଶାରେ କାର୍ମୁ ଘରକୁ ଫେରି ଟାଙ୍ଗିଆରେ ସରିତାକୁ ହାଣି ଦେଇଥିଲା। ରକ୍ତାକ୍ତ ଅବସ୍ଥାରେ ସରିତା ଅନ୍ୟମାନଙ୍କୁ ଉଠାଇଥିଲା। କାର୍ମୁ ନିଜ ଭୁଲ୍‌ ଜାଣିପାରି ଶୁକ୍ରବାର ସକାଳ ୫ଟାରେ ନିଜ ଗଳା କାଟି ଦେଇଥିଲା। ଗାଁ ଲୋକେ ବାପ ଝିଅଙ୍କୁ ଲାଞ୍ଜିଗଡ଼ ସରକାରୀ ମେଡିକାଲକୁକ ଆଣିଥିଲେ। ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ଭବାନୀପାଟଣା ସ୍ଥାନାନ୍ତର କରାଯାଇଥିଲା।



from ଅପରାଧ – Sambad https://ift.tt/2Xcunoq

Post a Comment

0Comments
Post a Comment (0)