ମନୋଜ ଜେନା ହତ୍ୟାକାଣ୍ଡ : ମୁଖ୍ୟ ଅଭିଯୁକ୍ତ ଭଗବାନ ଗିରଫ

zisanmohammad
0

ବ୍ରହ୍ମପୁର,ଆସିକା : ଆସିକା ବିଧାନସଭା ଆସନ କଂଗ୍ରେସ ପ୍ରାର୍ଥୀ ମନୋଜ ଜେନାଙ୍କୁ ଗତ ମେ ୨୨ରେ ଗୁଳି କରି ହତ୍ୟା କରା ଯାଇଥିଲା। ଏହି ମାମଲାରେ ପୁଲିସ ମାଷ୍ଟର୍‌ମାଇଣ୍ଡ ସୁନୀଲ କୁମାର ନାୟକ(୩୪) ଓରଫ୍‌ ଟିଟୁ ଓରଫ୍‌ ସୁଲତାନ୍‌ ସମେତ ୭ଜଣଙ୍କୁ ପୂର୍ବରୁ ଗିରଫ କରିଥିଲା। ଆଜି ଏହି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଭଗବାନ ସାହୁ ଓରଫ ଭାଲୁକୁ ଗିରଫ କରିଛି। ଆସିକା ଥାନା ଅର୍ନ୍ତଗତ ସନ୍ଧିନୂଆପଲ୍ଲୀ ଗ୍ରାମର ଭଗବାନକୁ ଧରିବା ପାଇଁ ପୁଲିସ ରାଜ୍ୟ ଏବଂ ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିଫଳ ହୋଇଥିଲା। ଆଜି ତାକୁ ଭୁବନେଶ୍ବରରୁ ଧରିବାରେ ପୁଲିସ ସକ୍ଷମ ହୋଇଛି। ଭଗବାନର ଭାଇକୁ ହତ୍ୟା ଘଟଣାରେ ମ‌େନାଜ ଅଭିଯୁକ୍ତ ଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ଭଗବାନ ମନୋଜଙ୍କୁ ହତ୍ୟା ଯୋଜନା ପ୍ରସ୍ତୁତ କରିଥିଲେ।



from ଅପରାଧ – Sambad https://ift.tt/2RG6cxJ

Post a Comment

0Comments
Post a Comment (0)