ମନୋଜ ଜେନା ରାଜ୍ୟ କଂଗ୍ରେସ ସେବାଦଳର ନୂଆ ଅଧ୍ୟକ୍ଷ

zisanmohammad
0

ଭୁବନେଶ୍ବର : ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି ମନୋଜ‌ ଜେନା। ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସମ୍ମିଳନୀରେ ତାଙ୍କୁ ଏବଂ ନବ ନିର୍ବାଚିତ ବିଧାୟକ ଓ ସାଂସଦମାନଙ୍କୁ ସମ୍ବର୍ଧନା ଜ୍ଞାପନ କରାଯାଇଥିଲା।

ଏହି ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ ସେବାଦଳକୁ କଂଗ୍ରେସର ମେରୁଦଣ୍ଡ ବୋଲି ଅଭିହିତ କରିଥିଲେ। ଏହାର କର୍ମୀମାନେ ତୃଣମୂଳ ସ୍ତରରେ ସାଧାରଣ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବା ଉଚିତ୍। ଆଗାମୀ ଏକବର୍ଷ ଭିତରେ ଅନ୍ୟୂନ ଜଣେ ସେବାଦଳ କର୍ମୀ ଗୋଟିଏ ବୁଥ୍‌ରେ ରହିବାକୁ ସେ ପରାମର୍ଶ ଦେଇଥିଲେ। ଏହି ଅବସରରେ ବୟୋଜ୍ୟେଷ୍ଠ ସ୍ୱାଧିନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ସେବାଦଳ କର୍ମୀମାନଙ୍କୁ ଉତ୍ସାହିତ କରି ସମାଜ ସେବାରେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ।

ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସେବାଦଳର ରାଜ୍ୟ ପ୍ରଭାରୀ ଚନ୍ଦ୍ର ପ୍ରକାଶ ବାଜପେୟୀ, ଅନ୍ୟତମ ପ୍ରଭାରୀ ପୂର୍ଣ୍ଣ ଘୋଷ, କଂଗ୍ରେସର ଉପସଭାପତି ପ୍ରଫେସର କୈଳାସ ଆଚାର୍ଯ୍ୟ, ବିଧାୟକ ସୁରେଶ କୁମାର ରାଉତରାୟ, ମହମ୍ମଦ ମୋକିମ୍, ପ୍ରଦେଶ କଂଗ୍ରେସ ସଂପାଦକ ଚିନ୍ମୟ ସୁନ୍ଦର ଦାସ, ଶିକ୍ଷକ କଂଗ୍ରେସ ଉପସଭାପତି ନିରଦ ବରଣ ଖୁଂଟିଆ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ।



from ରାଜନୀତି – Sambad https://ift.tt/2RHQUbK

Post a Comment

0Comments
Post a Comment (0)