ବଜ୍ରପାତରେ ୫୦ରୁ ଊର୍ଧ୍ବ ଲ୍ୟାଣ୍ଡମାଇନ‌୍ ବିସ୍ଫୋରଣ

zisanmohammad
0

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡରେ ଜଂଗଲରେ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ କରିବାକୁ ଅହରହ ଉଦ୍ୟମ କରୁଛନ୍ତି ନକ୍ସଲ। ଏଥିପାଇଁ ଯବାନ ଯେଉଁ ରାସ୍ତା ଦେଇ ଚଳପ୍ରଚଳ କରୁଛନ୍ତି ତାହା ସବୁବେଳେ ନକ୍ସଲଙ୍କ ନଜରରେ ରହିଆସୁଛି। ଏପରିକି ଆତର୍କିତ ଆକ୍ରମଣ ପାଇଁ ଜଙ୍ଗଲିଆ ରାସ୍ତାରେ ନକ୍ସଲ ଲ୍ୟାଣ୍ଡମାଇନ ଖଞ୍ଜି ଦେଇଛନ୍ତି। ତେଣୁ ପ୍ରତି ପାଦରେ ବିପଦକୁ ଅତିକ୍ରମ କରି ଅପରେସନକୁ ଜାରି ରଖିଛନ୍ତି ଯବାନ। ଏମିତିରେ ନକ୍ସଲଙ୍କ ବଡ଼ ଧରଣର ଯୋଜନାକୁ ଶକ୍ତ ଝଟକା ଦେଇଛି ପ୍ରକୃତି।
ଗତ କିଛି ଦିନ ହେଲା ସୀମାନ୍ତ ଛତିଶଗଡ଼ରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ପ୍ରବଳ ବର୍ଷା ହେଉଛି। ବଳରାମପୁର ଅଞ୍ଚଳରେ ବି ବଜ୍ରପାତ ହୋଇ ୫୦ରୁ ଊର୍ଧ୍ବ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣର ଶବ୍ଦ ଏତେ ପ୍ରଚଣ୍ଡ ଥିଲା ଯେ ନିକଟରେ ଥିବା ଗୋଟିଏ କ୍ୟାମ୍ପରୁ ଯବାନ ଯାଞ୍ଚ ପାଇଁ ବାହାରିଥିଲେ। ଅଳ୍ପ ଅଳ୍ପ ବ୍ୟବଧାନରେ କେଇ ଶହ ମିଟର ପର୍ଯ୍ୟନ୍ତ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇ ବିରାଟ ଗାତ ସବୁ ସୃଷ୍ଟି ହୋଇଥିଲା। ଯାହାକି ଯବାନଙ୍କୁ ସ୍ତବ୍ଧ କରି ଦେଇଥିବା ବେଳେ ଅଳ୍ପକେ ବର୍ତିଥିବାରୁ ଆଶ୍ବସ୍ତ ହୋଇଥିଲେ। ଆଖପାଖ ଅଞ୍ଚଳରେ ଲ୍ୟାଣ୍ଡମାଇନ ରହିଥିବା ସନ୍ଦେହ କରି ସର୍ଚ ଅପରେସନକୁ ଜୋରଦାର କରାଯାଇଛି।



from ଜିଲ୍ଲା – Sambad http://bit.ly/2KA73iS

Post a Comment

0Comments
Post a Comment (0)