ଭଗବାନ ବିଷ୍ଣୁଙ୍କର ଆଶୀର୍ବାଦ ନେବା ପାଇଁ ବଦ୍ରିନାଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

zisanmohammad
0

ଡେରାଡୁନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଦାରନାଥର ଯାତ୍ରା ଶେଷ କରିବା ପରେ ଆଜି ସକାଳ ୧୦ଟାରେ ବଦ୍ରିନାଥରେ ପହଂଚିଥିଲେ ।ସେ କେଦାରନାଥର ଗୁମ୍ଫାରେ ପ୍ରାୟ ୧୭ ଘଣ୍ଟା ରହି ଆଜି ସକାଳେ ସେଠାରୁ ବାହାରିଥିଲେ। ଭଗବାନ ବିଷ୍ଣୁଙ୍କର ଆଶୀର୍ବାଦ ନେବା ପାଇଁ ମୋଦୀ ସେଠାରେ ପହଂଚିଥିଲେ ।
ପ୍ରାୟ ୧୫୦ ମିଟର ପଦଯାତ୍ରା କରି ପ୍ରଧାନମନ୍ତ୍ରୀ ବଦ୍ରିନାଥରେ ପହଂଚିଥିଲେ । ରାସ୍ତାରେ ସେ ଲୋକମାନଙ୍କୁ ଅଭିବାଦନ ଜଣାଇଥିଲେ । ସେଠାରେ ବିକେଟିସିର ଅଧ୍ୟକ୍ଷ ମୋହନ ପ୍ରସାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱାଗତ କରିଥିଲେ । ବଦ୍ରିନାଥ ମନ୍ଦିରରେ ପ୍ରବେଶ କରିବା ପରେ ସେ ପ୍ରଥମେ ସଭାମଣ୍ଡପରେ ପହଂଚିଥିଲେ । ଏହା ପରେ ରାୱଲ ଈଶ୍ୱର ପ୍ରସାଦ ନମ୍ବୁଦରୀ ବଦ୍ରୀନାଥଙ୍କର ବିଶେଷ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ । ପୂଜା ପରେ ସେ ସିଂହଦ୍ୱାର ଦେଇ ବାହାରକୁ ବାହାରିବେ ବୋଲି ଜଣାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗମନକୁ ଆଖି ଆଗରେ ରଖି ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ମନ୍ଦିର ପରିସରକୁ ଜିରୋ ଜୋନରେ ପରିଣତ କରାଯାଇଛି ।



from ଦେଶ- ବିଦେଶ – Sambad http://bit.ly/2Qcl4ms

Post a Comment

0Comments
Post a Comment (0)