
ବେଙ୍ଗାଲୁରୁ: ରବିବାର ଦିନ ବେଙ୍ଗାଲୁରୁରେ କଂଗ୍ରେସ ବିଧାୟକ ମୁନିରତ୍ନଙ୍କ ଘର ନିକଟରେ ବିସ୍ଫୋରଣ ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।
ବିଧାୟକଙ୍କ ଘର ରାଜରାଜେଶ୍ୱରୀ ନଗର ନିକଟରେ ଥିବା ବିଧାୟକଙ୍କ ଘର ପାଖରେ ସକାଳ ପ୍ରାୟ ୯: ୧୫ରେ ବିସ୍ଫୋରଣ ଘଟିଥିଲା।
ବେଙ୍ଗାଲୁରୁ ସିଟି ପୁଲିସ କମିସନର ଟି ସୁନୀଲ କୁମାର କହିଛନ୍ତି ଯେ ସେହି ସମୟରେ ଚାଲି ଚାଲି ଯାଉଥିବା ବେଙ୍କଟେଶ ନାମକ ଜଣେ ବ୍ୟକ୍ତି ବିସ୍ଫୋରଣ ଯୋଗୁଁ ପ୍ରାଣ ହରାଇଛନ୍ତି।
ସେ କହିଛନ୍ତି: ସକାଳ ୯: ୧୫ ମିନିଟ୍ରେ ରାସ୍ତା ଉପରେ ବିସ୍ଫୋରଣ ହେଲା। ତଦନ୍ତ ଚାଲିଛି। ରାସ୍ତାରେ ଚାଲି ଚାଲି ଯାଉଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମାଟିରେ ଛୋଟ ଗର୍ତ୍ତଟିଏ ହୋଇ ଯାଇଛି। ବିସ୍ଫୋରଣ ମାଟି ଭିତରୁ ହୋଇଛି। ଘଟଣାସ୍ଥଳରେ ବିସ୍ଫୋରକ ଟିମ୍ ଯାଇ ପହଞ୍ଚିଛନ୍ତି।
from ଦେଶ- ବିଦେଶ – Sambad http://bit.ly/2W7zA4F