ଫେସବୁକ୍, ଗୁଗୁଲ୍‌ରେ ୫୩ କୋଟିର ରାଜନୈତିକ ବିଜ୍ଞାପନ

zisanmohammad
0

ନୂଆଦିଲ୍ଲୀ: ଗୁଗୁଲ୍ ଏବଂ ଫେସ୍‌ବୁକ୍ ଭଳି ଡିଜିଟାଲ ପ୍ଲାଟଫର୍ମରେ ରାଜନୈତିକ ଦଳଗୁଡ଼ିକ ଗତ ଫେବ୍ରୁଆରିରୁ ମେ’ ମାସ ମଧ୍ୟରେ ୫୩ କୋଟିରୁ ଅଧିକ ଅର୍ଥ ଖର୍ଚ କରିଛନ୍ତି। ଏହି ଖର୍ଚରେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ବିଜେପି ଆଗରେ ରହିଛି। ଫେସବୁକ୍‌ ରିପୋର୍ଟରୁ ଜଣାଯାଇଛି, ଏହି ସାଇଟରେ ଚଳିତବର୍ଷ ଫେବ୍ରୁଆରିରୁ ମେ ୧୫ ମଧ୍ୟରେ ୧.୨୧ ଲକ୍ଷ ରାଜନୈତିକ ବିଜ୍ଞାପନ ପ୍ରଚାର ହୋଇଛି। ଏହି ବିଜ୍ଞାପନ ବାବଦରେ ରାଜନୈତିକ ଦଳଗୁଡ଼ିକୁ ୨୬.୫ କୋଟିରୁ ଅଧିକ ଅର୍ଥ ଖର୍ଚ କରିବାକୁ ପଡ଼ିଛି। ସେହିଭଳି ଗୁଗୁଲ୍‌, ୟୁଟ୍ୟୁବ୍‌ ଭଳି ସାଇଟ୍‌ରେ ଫେବ୍ରୁଆରି ୧୯ଠାରୁ ରାଜନୈତିକ ଦଳ ଗୁଡ଼ିକ ୨୭ କୋଟି ୩୬ ଲକ୍ଷ ଟଙ୍କା ବ୍ୟୟ କରିଛନ୍ତି। ଏହି ଅର୍ଥ ୧୪,୮୩୭ଟି ବିଜ୍ଞାପନ ପ୍ରଦାନ ବାବଦରେ ଖର୍ଚ ହୋଇଛି।

ଶାସକ ବିଜେପି ଫେସବୁକ୍‌ରେ ବିଜ୍ଞାପନ ବାବଦରେ ୪.୨୩ କୋଟି ଟଙ୍କା ଖର୍ଚ କରିଥିବାବେଳେ ଗୁଗୁଲ୍‌ ପ୍ଲାଟଫର୍ମରେ ୧୭ କୋଟିରୁ ଅଧିକ ଅର୍ଥ ଖର୍ଚ କରିଛି। ଅନ୍ୟପକ୍ଷରେ ଭାରତୀୟ ଜାତୀୟ କଂଗ୍ରେସ ଫେସବୁକ୍‌ରେ ୩୬୮୬ଟି ବିଜ୍ଞାପନ ବାବଦରେ ୧.୪୬ କୋଟି ଟଙ୍କା ବ୍ୟୟ କରିଥିବାବେଳେ ଗୁଗୁଲ୍‌ରେ ୪୨୫ଟି ବିଜ୍ଞାପନ ପାଇଁ ୨.୭୧ କୋଟି ଟଙ୍କା ଖର୍ଚ କରିଛି। ଫେସବୁକ୍ ଡାଟା ଅନୁଯାୟୀ, ତୃଣମୂଳ କଂଗ୍ରେସ ବିଜ୍ଞାପନ ବାବଦରେ ୨୯.୨୮ ଲକ୍ଷ ଟଙ୍କା ଖର୍ଚ କରିଥିବାବେଳେ ଆମ୍ ଆଦ୍‌ମୀ ପାର୍ଟି ୧୩ ଲକ୍ଷ ୬୨ ହଜାର ଟଙ୍କା ଖର୍ଚ କରିଛି।



from ବାଣିଜ୍ୟ – Sambad http://bit.ly/30v7cbL

Post a Comment

0Comments
Post a Comment (0)