ମାନ୍ଦାବସ୍ଥା ଅଧିକ ଦିନ ରହିବ; ତେଲ ଆମଦାନି, ପେଟ୍ରୋଲ୍ ବ୍ୟବହାର କମିବ

zisanmohammad
0

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥା ଭଳି ପରିସ୍ଥିତି ଲମ୍ବା ସମୟ ପର୍ଯ୍ୟନ୍ତ ରହିପାରେ ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି। ତେଲ ଆମଦାନିରେ ଦେଖାଦେଇଥିବା ହ୍ରାସ ବିଚାରକୁ ନେଇ ସେମାନେ ଏଭଳି ଅନୁମାନ ଲଗାଇଛନ୍ତି।ଭାରତ ଏହାର ୮୦% ତେଲ ଆବଶ୍ୟକତାକୁ ଆମଦାନି ଜରିଆରେ ପୂରଣ କରୁଛି। ଚଳିତ ବର୍ଷ ତେଲ ଆମଦାନିରେ ମାତ୍ର ୩.୫%ରେ ବୃଦ୍ଧି ହେବ ବୋଲି କୁହାଯାଉଛି। ଏହାର ଅର୍ଥ ହେଉଛି ଦେଶ ଭିତରେ ଅଧିକ ପରିମାଣର ପେଟ୍ରୋଲ ଓ ଡିଜେଲ ବିକ୍ରି ହେଉନାହିଁ। ସେଥିପାଇଁ ତେଲ ବିଶୋଧନ କରୁଥିବା କଂପାନିଗୁଡ଼ିକ ଅଧିକ ତେଲ କିଣୁନାହାନ୍ତି। ‌ତେଲର ଆମଦାନି ଓ ବିକ୍ରି କରିବା ଅର୍ଥନୀତି ପାଇଁ କ୍ଷତିକାରକ ସାବ୍ୟସ୍ତ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ଅଧୀନରେ ଥିବା ପେଟ୍ରୋଲିୟମ୍ ପ୍ଲାନିଂ ଆଣ୍ଡ୍‌ ଆନାଲିସିସ୍ ସେଲ୍‌ (ପିପିଏସି) ପକ୍ଷରୁ ତେଲ ଆମଦାନିର ଆକଳନ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଯଦି ଚଳିତ ବର୍ଷ ଅଶୋଧିତ ତେଲର ହାରାହାରି ବ୍ୟାରେଲ ପିଛା ଦର ୬୬ ଡଲାର ଓ ଡଲାର ଓ ଏକ ଡଲାର ମୂଲ୍ୟ ୭୧ ଟଙ୍କା ପାଖାପାଖି ରହିବ, ତେବେ ତେଲ ଆମଦାନିରେ ବର୍ଷ ସାରା ୧୧୩ ବିଲିଅନ୍ ଡଲାର ଖର୍ଚ ହେବ। ୨୦୧୮-୧୯ରେ ତେଲ ଆମଦାନି ବାବଦରେ ୧୧୨ ବିଲିଅନ୍ ଡଲାର ଖର୍ଚ ହୋଇଥିଲା। ୨୦୧୮-୧୯ରେ ଭାରତ ୨୩୩ ନିୟୁତ ଟନ୍ ତେଲ ଆମଦାନି କରିଥିଲା। ଚଳିତ ବର୍ଷ ସେଥିରେ ମାତ୍ର ୬ ନିୟୁତ ଟନ୍‌ର ବୃଦ୍ଧି ହୋଇପାରେ ବୋଲି କୁହାଯାଉଛି। ତେଲ ଆମଦାନିରେ ହ୍ରାସ ସରକାରଙ୍କୁ ସୁହାଇବ। କାରଣ ଏଥିପାଇଁ ରାଜକୋଷରୁ ବିପୁଳ ପରିମାଣର ପୁଞ୍ଜି ଖର୍ଚ କରିବାକୁ ପଡ଼ିବ ନାହିଁ। କିନ୍ତୁ ଲୋକମାନେ ଯଦି ଅଧିକ ତେଲ କିଣିବେ ନାହିଁ ତେ‌ବେ ଅର୍ଥନୀତିର ଇଞ୍ଜିନ ଯେଉଁ ଗତିରେ ଆଗକୁ ବଢ଼ୁଛି ତାହା ଆହୁରି ମନ୍ଥର ହୋଇଯିବ। ୨୦୧୮ ଡିସେମ୍ବରରେ ‌ଶେଷ ହୋଇଥିବା ତ୍ରୟମାସରେ ତେଲ ଦେଶର ଅଭିବୃଦ୍ଧି ହାର ୬.୬%କୁ ଖସି ଆସିଛି।

ଭାରତ ପାଇଁ ଆଉ ଏକ ବଡ଼ ସମସ୍ୟା ହେଉଛି ପେଟ୍ରୋଲିୟମ୍ ଉତ୍ପାଦଗୁଡ଼ିକର ରପ୍ତାନି। ୨୦୧୮-୧୯ରେ ଏହି ରପ୍ତାନି ୬୧.୧ ନିୟୁତ ଟନ୍‌କୁ ଖସିଆସିଛି। ଏହାର ପୂର୍ବବର୍ଷ ୬୬.୮ ନିୟୁତ ଟନ୍‌ର ପେଟ୍ରୋଲିୟମ୍ ଉତ୍ପାଦ ରପ୍ତାନି କରାଯାଇଛି। ଭାରତରେ ବିପୁଳ ପରିମାଣର ପେଟ୍ରୋଲିୟମ୍ ସାମଗ୍ରୀ ଉତ୍ପାଦନ କରାଯାଉଥିବା ବେଳେ ସେଗୁଡ଼ିକୁ ଯଦି ଠିକ୍ ଭାବେ ରପ୍ତାନି ନହେବ ତେବେ ବିଶୋଧନାଗାରଗୁଡ଼ିକ ଉପରେ ଚାପ ରହିବ। ଏବେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲର ବ୍ୟାରେଲ ପିଛା ଦର ୭୧ ଡଲାରରୁ ଅଧିକ ରହିଛି। ଇରାନ ଉପରେ ଆମେରିକାର କଟକଣା ଓ ଅନ୍ୟାନ୍ୟ କାରଣ ଯୋଗୁ ଏହି ଦର କିଛି ଦିନ ଭିତରେ ୮୦-୮୫ ଡଲାର ହୋଇପାଇପାରେ।



from ବାଣିଜ୍ୟ – Sambad http://bit.ly/2VAqrNu

Post a Comment

0Comments
Post a Comment (0)