ଗଡଚିରୋଲିରେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ୧୬ କମାଣ୍ଡୋ ସହିଦ୍‌; ୧୦ ଗୁରୁତର

zisanmohammad
0

ଗଡଚିରୋଲି (ମହାରାଷ୍ଟ୍ର): ମହାରାଷ୍ଟ୍ରର ଗଡଚିରୋଲିରେ ଆଜି ଅପରାହ୍ଣରେ ନକ୍ସଲମାନେ ଏକ ବଡ଼ ଧରଣର ନକ୍ସଲହାମ୍‌ଲା ଘଟାଇଛନ୍ତି। ନକ୍ସଲମାନେ ଆଇଇଡି ବିସ୍ଫୋରଣ ଘଟାଇ ଏହି ହାମ୍‌ଲା କରିଥିବା ବେଳେ ଏଥିରେ ୧୬ ଜଣ ଯବାନ ସହିଦ୍‌ ହେବା ସହ ଏକାଧିକ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ ନିକଟସ୍ଥ ହସ୍ପିଟାଲମାନଙ୍କରେ ଭର୍ତ୍ତି କରାଯାଇ ସେମାନଙ୍କର ଚିକିତ୍ସା କରାଯାଉଛି।

ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ଗଡଚିରୋଲି ପୁଲିସର ଆଣ୍ଟି ଟେରୋରିଷ୍ଟ ସ୍କାର୍ଡ କମାଣ୍ଡୋ ବାହିନୀର ୧୬ ଜଣ ଯବାନ ଏକ ଭ୍ୟାନ୍‌ରେ ଯାଉଥିବା ବେଳେ ନକ୍ସଲମାନେ ଆଇଇଡି ବିସ୍ଫୋରଣ ଘଟାଇ ଏହି ହାମ୍‌ଲା କରିଥିଲେ। ଏଥିରେ ଭ୍ୟାନରେ ଥିବା ସମସ୍ତ ୧୬ ଜଣ ଯବାନ ସହିଦ୍‌ ହେବା ସହ ଭ୍ୟାନ୍‌ର ଚାଳକ ମଧ୍ୟ ପ୍ରାଣ ହରାଇଥିଲେ।


ଘଟଣା ସଂପର୍କରେ ଖବର ପାଇବା ମାତ୍ରେ ସୁରକ୍ଷା ବାହିନୀର ଯବାନମାନେ ଘଟଣାସ୍ଥଳରେ ପହଞ୍ଚି ସମଗ୍ର ଅଞ୍ଚଳକୁ ସିଲ୍‌ କରି ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିବା ବେଳେ ସେଠାରେ ପୂର୍ବରୁ ଲୁଚି ରହିଥିବା ନକ୍ସଲମାନେ ସେମାନଙ୍କ ଉପରକୁ ଗୁଳି ବର୍ଷା କରିଥିଲେ। ଏହି ଘଟଣାରେ ସୁରକ୍ଷା ବାହିନୀର ୧୦ ଜଣ ଯବାନ ଆହତ ହୋଇଥିବା ଜାଣିବାକୁ ମିଳିଛି। ଏହି ରିପୋର୍ଟ ଲେଖାଯିବା ବେଳକୁ ମଧ୍ୟ ନକ୍ସଲ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ରିପୋର୍ଯରୁ ପ୍ରକାଶ।



from ଅପରାଧ – Sambad http://bit.ly/2vEUN7f

Post a Comment

0Comments
Post a Comment (0)