ଏୟାର୍‌ ଷ୍ଟ୍ରାଇକ୍‌ ପରେ ପାକ୍‌ ଆକାଶ ମାର୍ଗରେ ଭାରତ ପାଇଁ ଲାଗିଥିବା କଟକଣା ହେତୁ ୩୦୦ କୋଟି ଟଙ୍କା କ୍ଷତି ସହିଛି ଏୟାର୍‌ ଇଣ୍ଡିଆ

zisanmohammad
0

ନୂଆଦିଲ୍ଲୀ: ବାଲାକୋଟ୍‌ରେ ଭାରତୀୟ ବାୟୁସେନା ଏୟାର୍‌ ଷ୍ଟ୍ରାଇକ୍‌ କରି ୩୦୦ ଆତଙ୍କବାଦୀଙ୍କୁ ନିହତ କରିବା ପରେ ଭାରତ ପାଇଁ ପାକିସ୍ତାନ ତା’ର ଆକାଶମାର୍ଗ ବନ୍ଦ କରି ଦେଇଥିଲା। ତେବେ, ଏହି କଟକଣା ପାଇଁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ନିକଟରେ ବନ୍ଦ ହୋଇ ଯାଇଥିବା ଭାରତୀୟ ବିମାନ କମ୍ପାନି ଏୟାର୍‌ ଇଣ୍ଡିଆ। ଜାଣିବାକୁ ମିଳିଛି ଯେ ପାକିସ୍ତାନ ତ’ର ଆକାଶ ମାର୍ଗ ବନ୍ଦ କରିଦେବା ପରେ ଏୟାର୍‌ ଇଣ୍ଡିଆ ପ୍ରାୟ ୩୦୦ କୋଟି ଟଙ୍କା କ୍ଷତି ସହିଛି। ପୂର୍ବରୁ ଏୟାର୍‌ ଇଣ୍ଡିଆର ଅଧିକାଂଶ ବିମାନ ପାକିସ୍ତାନ ଆକାଶମାର୍ଗ ଦେଇ ଉଡ଼ାଣ ଭରୁଥିବା ବେଳେ ପାକିସ୍ତାନର କଟକଣା ପରେ ସେଥିରୁ ନିବୃତ ରହିଥିଲା। ଫଳରେ କମ୍ପାନିକୁ ଏପରି ବଡ଼ ଧରଣର କ୍ଷତି ସହିବାକୁ ପଡ଼ିଛି।

ପାକିସ୍ତାନ ଆକାଶମାର୍ଗରେ ପାକ୍‌ ଲଗାଇଥିବା କଟକଣା ହେତୁ ପ୍ରତିଦିନ ୩୫୦ ବିମାନ ପ୍ରଭାବିତ ହୋଉଛନ୍ତି ବୋଲି ସୂଚନା ରହିଛି। ଉଲ୍ଳେଖଯୋଗ୍ୟ, ଫେବ୍ରୁଆରି ୧୪ରେ ପାକିସ୍ତାନୀ ଆତଙ୍କବାଦୀ ପୁଲଓ୍ଵାମା ଆକ୍ରମଣ କରିବାର ମାତ୍ର ଦିନ କେଇଟା ଭିତରେ ଭାରତ ତାଙ୍କୁ ପାଲଟା ଜବାବ ଦେଇ ବାଲୋକୋଟ୍‌ରେ ଏୟାର୍‌ ଷ୍ଟ୍ରାଇକ୍‌ କରିଥିଲା। ଏହାର୍‌ ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ପ୍ରତିଶୋଧ ପରାୟଣା ହୋଇ ଭାରତର ସମସ୍ତ ବିମାନ ପାଇଁ ପାକିସ୍ତାନର ଆକାଶ ମାର୍ଗରେ କଟକଣା ଲଗାଇ ଦେଇଥିଲା।



from ବାଣିଜ୍ୟ – Sambad http://bit.ly/2US1Z9S

Post a Comment

0Comments
Post a Comment (0)