ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା : ପ୍ରାର୍ଥୀ, ଗଣତି ଏଜେଣ୍ଟ୍‌ଙ୍କୁ ଦିଆଗଲା ପ୍ରଶିକ୍ଷଣ

zisanmohammad
0

ଭୁବନେଶ୍ବର : ବିଜେପିର ସମସ୍ତ ଲୋକସଭା ଓ ବିଧାନସଭା ପ୍ରାର୍ଥୀମାନଙ୍କୁ ନେଇ ଏକ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭୋଟ୍‌ ଗଣତି ପଦ୍ଧତ୍ତିର ବୈଷୟକି ଦିଗ ଓ ପ୍ରମୁଖ ବିନ୍ଦୁ ଉପରେ ଆଲୋଚନା ହୋଇଥିଲା। ରାଜ୍ୟ ବିଜେପି ନିର୍ବାଚନ ପ୍ରକୋଷ୍ଠ ଆବାହକ ସୁଦର୍ଶନ ନାୟକ ଭୋଟ୍‌ ଗଣତିର ବିଭିନ୍ନ ନିୟମ ସମ୍ବନ୍ଧରେ ସୂଚନା ଦେଇଥିଲେ। ଉପସଭାପତି ସମୀର ମହାନ୍ତି ନିର୍ବାଚନ ପରିଚାଳନାର ଆର୍ଥିକ ଦିଗ, ଭୋଟ୍‌ ଗଣତି, ବୁଥ୍‌ ଏଜେଣ୍ଟ୍‌ ପରିଚାଳନା ସମ୍ପର୍କରେ ଆଲୋକପାତ କରିଥିଲେ। ଭୋଟ୍‌ ଗଣନା ପ୍ରକ୍ରିୟାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କର କି କି ଭୂମିକା ରହିଛି ଓ ଠିକ୍ ଖର୍ଚ୍ଚ ହିସାବ ବିଷୟରେ ଚର୍ଚ୍ଚା ଆଲୋଚନା ସହ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶିକ୍ଷିତ କରାଯାଇଥିଲା। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ୍‌ ଓରାମ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗୋ, ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ, ପ୍ରତାପ ଷଡ଼ଙ୍ଗୀ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ସୁରମା ପାଢ଼ୀ, ବିଧାୟକ ଦଳ ନେତା‌ କନକ ବର୍ଦ୍ଧନ ସିଂହଦେଓ, ସାଧାରଣ ସମ୍ପାଦକ(ସଂଗଠନ) ମାନସ କୁମାର ମହାନ୍ତିଙ୍କ ସମେତ ବିଜେପିର ସମସ୍ତ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ଏବଂ ରାଜ୍ୟ ପଦା‌ଧିକାରୀ ଉପସ୍ଥିତ ଥିଲେ।



from ରାଜନୀତି – Sambad http://bit.ly/2QgOmR1

Post a Comment

0Comments
Post a Comment (0)