ବୁଥ୍ ବାହୁଡ଼ା ମତକୁ ନେଇ ଜୋର ଧରିଛି ଚର୍ଚ୍ଚା : କେବଳ ଓଡ଼ିଶା ନୁହେଁ କେନ୍ଦ୍ରରେ ମଧ୍ୟ ବିଜେପି ପୁଣିଥରେ କ୍ଷମତାକୁ ଆସିବ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ

zisanmohammad
0

ଭୁବନେଶ୍ୱର : ନିର୍ବାଚନ ସରିଲା ପରେ ୧୯ ଯୁଦ୍ଧର ଏକଜିଟ୍ ପୋଲ୍ ବା ବୁଥ୍ ବାହୁଡ଼ା ମତକୁ ନେଇ ରାଜ୍ୟରୁ କେନ୍ଦ୍ର ସବୁଠି ଚର୍ଚ୍ଚା ଜୋର ଧରିଛି। ବିଶେଷ କରି ଓଡ଼ିଶାରେ କିଏ କେତେ ଆସନ ହାତେଇବ ଆଉ କିଏ କ୍ଷମତାକୁ ଆସିବ ସେନେଇ ସମ୍ଭାବ୍ୟ ଫଳାଫଳ ଆସିବା ପରେ ଦଳୀୟ ଶିବିରରେ ଛନକା ପଶିଛି । ତେବେ ଏକଜିଟ୍ ପୋଲ ନେଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ତଥା ବିଜେପି ସୁନ୍ଦରଗଡ଼ ଲୋକସଭା ପ୍ରାର୍ଥୀ ଭବିଷ୍ୟବାଣୀ କରିଛନ୍ତି । କହିଛନ୍ତି କି, ଓଡ଼ିଶାରେ ବିଜେପିକୁ ଲୋକସଭାରେ ୧୮ଟି ଆସନ ଏବଂ ବିଧାନସଭାରେ ୭୦ରୁ ଉର୍ଦ୍ଧ୍ୱ ଆସନ ମିଳିବ। ଆଉ ଓଡ଼ିଶାରେ ମୋଦି ମ୍ୟାଜିକ୍ କାମ କରିବ ବହୁମତ ପାଇ ବିଜେପି ସରକାର ଗଢ଼ିବ ବୋଲି ଜୁଏଲ ଦମ୍ଭୋକ୍ତି ବାଢ଼ିଛନ୍ତି ।

ସେହିପରି କେବଳ ଓଡ଼ିଶା ନୁହେଁ କେନ୍ଦ୍ରରେ ମଧ୍ୟ ବିଜେପି ପୁଣିଥରେ କ୍ଷମତାକୁ ଆସିବ । କାରଣ ଦେଶର ଯେଉଁ ରାଜ୍ୟରେ ନିର୍ବାଚନ ହୋଇଛି ସେଠାରେ କେବଳ ମୋଦି ମୋଦି ନାରା ଶୁଣାଯାଉଛି । ଯାହା ଦର୍ଶାଉଛି ବିଗତ ୫ ବର୍ଷ ମଧ୍ୟରେ ମୋଦିଙ୍କ ଲୋକପ୍ରିୟତା ଅତୁଟ ରହିଛି । ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସଂଖ୍ୟା ଗରିଷ୍ଠତା ପାଇ କ୍ଷମତାକୁ ଆସିବ । ବିଭିନ୍ନ କ୍ଷେତ୍ରରୁ ଆସିଥିବା ଏକକଜିଟ୍ ପୋଲ୍ ରିପୋର୍ଟ ଭୁଲ୍ ମଧ୍ୟ ହୋଇପାରେ । ଆମ୍ଭେ ମାନେ ଓଡ଼ିଶାର ତୃଣମୂଳସ୍ତରରେ ରହି ସର୍ଭେ କରିଛୁ ଯେଉଁଠି ବିଜେପି କ୍ଷମତା ସମ୍ଭାଳିବାକୁ ସକ୍ଷମ ହେବ ।

ଅନ୍ୟପଟେ ମୋଦିଙ୍କ ମିଶନ୍ ୧୨୦କୁ ନେଇ ଜୁଏଲ କହିଛନ୍ତି କି, ବିଜେପିର ରାଜ୍ୟ ନେତୃବୃନ୍ଦ ଠାରୁ ଆରମ୍ଭ କରି ତୃଣମୂଳସ୍ତରର କର୍ମୀମାନେ ମିଶନ୍ ୧୨୦ ପାଇଁ କାର୍ଯ୍ୟ କରିଛନ୍ତି । ତେଣୁ ରାଜ୍ୟରେ ୭୦ରୁ ଉର୍ଦ୍ଧ୍ୱ ବିଧାନସଭା ସିଟ୍ ସହ ୧୮ଟି ଲୋକସଭା କ୍ଷେତ୍ରରେ ବିଜେପି ବିଜୟ ହାସଲ କରି ସରକାର ଗଢ଼ିବ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି ଜୁଏଲ । ହେଲେ ପ୍ରକୃତରେ କିଏ କେଉଁଠ, କେତେ ସିଟ୍ ପାଇବ ତାହା ଆସନ୍ତା ୨୩ ତାରିଖ ଦିନ ସ୍ପଷ୍ଟ ହୋଇଯିବ । କିନ୍ତୁ ଏକଜିଟ୍ ପୋଲ କଦାପି ସଠିକ୍ ଫଳାଫଳ ହୋଇନଥିବାରୁ ବିଭିନ୍ନ କ୍ଷେତ୍ରରେ ଏହାକୁ ସତ ଭାବିବା ଆଦୌ ଉଚିତ୍ ନୁହେଁ ବୋଲି ରାଜନୀତି ବିଶେଷଜ୍ଞମାନେ ମତ ରଖିଛନ୍ତି ।



from ରାଜନୀତି – Sambad http://bit.ly/2w97IhX

Post a Comment

0Comments
Post a Comment (0)