କାଉଣ୍ଟି ପଦାର୍ପଣରେ ରାହାଣେଙ୍କ ଶତକ

zisanmohammad
0

ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ୍‌ କ୍ରିକେଟ୍‌ ଦଳର ଉପଅଧିନାୟକ ଅଜିଙ୍କ୍ୟ ରାହାଣେ କାଉଣ୍ଟି କ୍ରିକେଟ୍‌ ପଦାର୍ପଣରେ ହିଁ ଶତକ ହାସଲ କରିନେଇ ନିଜର ଚମକ ଦେଖାଇଛନ୍ତି। ହାମ୍ପ୍‌ସାୟାର ପକ୍ଷରୁ ଖେଳୁଥିବା ରାହାଣେ ନ୍ୟୁପର୍ଟରେ ଖେଳାଯାଇଥିବା ନଟିଂହମସାୟର ବିପକ୍ଷ ମ୍ୟାଚ୍‌ରେ ୧୧୯ ରନ୍‌ର ପାଳି ଖେଳିଥିଲେ। ତାଙ୍କର ଏହି ଶତକୀୟ ପାଳି ଯୋଗୁଁ ହାମ୍ପ୍‌ସାୟାର ୨୪୪ ରନ୍‌ରେ ନଟିଂହମସାୟରକୁ ପରାସ୍ତ କରିଥିଲା। ଏହା ରାହ‌ାଣେଙ୍କ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ୩୦ ତମ ଶତକ ‌ହୋଇଥିଲା ବେଳେ କାଉଣ୍ଟି ପଦାର୍ପଣରେ ଶତକ ହାସଲ କରିବାରେ ତୃତୀୟ ଭାରତୀୟ ହୋଇଛନ୍ତି। ତାଙ୍କ ପୂର୍ବରୁ ପୀୟୂଷ ଚାୱଲା ଏବଂ ମୁରଲୀ ବିଜୟ ଏହି ଗୌରବ ପାଇଥିଲେ। ରାହାଣେଙ୍କ ସହ କାଉଣ୍ଟି କ୍ରିକେଟ୍‌ରେ ଚେତେଶ୍ୱର ପୂଜାରା ଓ ରବିଚନ୍ଦ୍ରନ ଅଶ୍ୱିନ୍‌ ଯଥାକ୍ରମେ ୟର୍କସାୟାର ଓ ନଟିଂହାମସାୟାର ପକ୍ଷରୁ ଖେଳୁଛନ୍ତି।



from ଖେଳ – Sambad http://bit.ly/2Evs6hT

Post a Comment

0Comments
Post a Comment (0)