ଜମି ଦେବାକୁ କହି ୪୩ ଲକ୍ଷ ଠକେଇ, ୨ ଦଲାଲ ଗିରଫ

zisanmohammad
0

ଭୁବନେଶ୍ବର : ଜମି ଦେବାକୁ କହି ନେଇଥିଲା ୪୩ ଲକ୍ଷ। ଆଜି ଦେବ କାଲି ଦେବ କହି ଧରାଛୁଆଁ ଦେଉନଥିଲା। ଶେଷରେ ଥାନାର ଦ୍ବାରସ୍ଥ ହେଲେ ଟଙ୍କା ଦେଇଥିବା ବ୍ୟକ୍ତି। ତଦନ୍ତ ପରେ ୨ ଦଲାଲକୁ ବାନ୍ଧିଛି ବଡ଼ଗଡ଼ ଥାନା ପୁଲିସ। ଅଭିଯୁକ୍ତ ଦଲାଲ ହେଉଛନ୍ତି ଲକ୍ଷ୍ମୀସାଗର ଥାନା ଅଧୀନ ଉପର ସାହିର ସୁବାସ ସ୍ବାଇଁ ଓ ବାଲିଅନ୍ତାର ଲିଙ୍ଗରାଜ ସ୍ବାଇଁ। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଆଜି ଧରାପଡ଼ିଥିବା ଦୁଇ ଜଣ ଦଲାଲ ପୂର୍ବରୁ ଜଣେ ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀଙ୍କୁ ଠକିବା ଉଦ୍ୟମ କରିଥିଲେ। ପୂର୍ବରୁ ଅନ୍ୟ ଜଣକୁ ଏଭଳି ଠକି ଜମି ବିକି ଦେଇଥିବା ମଧ୍ୟ ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସୂଚନା ମୁତାବକ, ବିଶ୍ବଜିତ ଦାସ ଜମି କିଣିବା ପାଇଁ ସୁବାସ ଓ ଲିଙ୍ଗରାଜଙ୍କୁ ଯୋଗାଯୋଗ କରିଥିଲେ। ଏମାନେ ମେହେରପଲ୍ଲୀ ମୌଜା ଅଧୀନରେ ପ୍ଲଟ ନମ୍ବର-୨୬୮କୁ ବିକିବା ପାଇଁ ବିଶ୍ବଜିତଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଦୁଇ ଦଫାରେ ସୁବାସ ଓ ଲିଙ୍ଗରାଜ ୪୩ ଲକ୍ଷ ୨୭ ହଜାର ଟଙ୍କା ନେଇଥିଲେ। ଉକ୍ତ ଜମିର ମାଲିକ ଆଉ ଜଣେ ହୋଇଥିବା ବେଳେ ଦୁଇ ଦଲାଲ ପାୱାର ଅଫ୍ ଆଟର୍ଣ୍ଣି ଆଣିଥିବା ବିଶ୍ବଜିତଙ୍କୁ ଦେଖାଇଥିଲେ। କିନ୍ତୁ ଏହି କାଗଜ ଜାଲ୍‌ ‌ଥିବା ଯାଞ୍ଚ ବେଳେ ଜଣା ପଡ଼ିଥିଲା। ଏହାପରେ ବିଶ୍ବଜିତ ଟଙ୍କା ଫେରାଇ ଦେବାପାଇଁ କହିଥିଲେ। ହେଲେ ଦଲାଲମାନେ ତାଙ୍କୁ ଧମକ ଦେଇଥିଲେ। ଏଣୁ ସେ ଥାନାର ଦ୍ବାରସ୍ଥ ହୋଇଥିଲେ।



from ଅପରାଧ – Sambad http://bit.ly/2JPX6MJ

Post a Comment

0Comments
Post a Comment (0)