ଫ୍ଲାଟ ଦେବା ନାଁରେ ଠକେଇ, ବିଲ୍ଡର ଅଟକ

zisanmohammad
0

ଭୁବନେଶ୍ବର : ଫ୍ଲାଟ୍‌ ଦେବା ନାଁରେ ଠକେଇ ଅଭିଯୋଗରେ ସହିଦନଗର ଥାନା ପୁଲିସ ଜଣେ ବିଲ୍ଡରକୁ ଅଟକ ରଖିଛି। ୨୦୧୨ ମସିହାରେ ବିଲ୍ଡର ଜଣକ ଫୁଲନଖରା ନିକଟ ତ୍ରିନାଥ ବଜାର ଅଞ୍ଚଳରେ କମ୍‌ ଦାମ୍‌ରେ ଫ୍ଲାଟ ଦେବାକୁ ଲୋଭ ଦେଖାଇ ଲୋକମାନଙ୍କ ଠାରୁ ୮ଲକ୍ଷରୁ ୧୦ଲକ୍ଷ ଟଙ୍କା ନେଇଥିଲେ। ଏଭଳି ୫୦ରୁ ଊର୍ଧ୍ବ ଗ୍ରାହକଙ୍କ ଠାରୁ ସେ କୋଟି କୋଟି ଟଙ୍କା ନେବା ପରେ ସହିଦନଗରରେ ଥିବା ଅଫିସ୍‌ ବନ୍ଦ କରି ଫେରାର୍‌ ହୋଇଯାଇଥିଲେ। ଗ୍ରାହକମାନେ ତାଙ୍କ ସହ ଯୋଗାଯୋଗ କରିଥିଲେ ସୁଦ୍ଧା ସେ ନା ଫ୍ଲାଟ ଦେଇଥିଲେ ନା ଟଙ୍କା ଫେରାଇ ଥିଲେ। ଲୋକମାନେ ଫ୍ଲାଟ ନ ପାଇ ହତାସ ହେବା ପରେ ଥାନାରେ ଅଭିଯୋଗ କରିଥିଲେ। ଆଜି ପୁଲିସ ତାକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ଗାଡ଼ି ଚୋରି ବେଳେ ଧରିଲେ ମାଲିକ

ଭୁବନେଶ୍ବର : ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଥିବା ଏକ କବାଡ଼ିଆ ଦୋକାନିଙ୍କ ଗାଡ଼ି ନେଇ ପଳାଉଥିବା ଲୁଟେରାକୁ ପିଛା କରି ଗାଡ଼ି ମାଲିକ ଧରିଛନ୍ତି। ଧରିବା ପରେ ମଞ୍ଚେଶ୍ବର ପୁଲିସ ଜିମା ଦେଇଛନ୍ତି। ତାକୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ହେଉଛି ଗଙ୍ଗୁଆମୁଣ୍ଡା ବସ୍ତିରେ ରହୁଥିବା ପଶ୍ଚିମବଙ୍ଗ ରାମଘାଟର ମୁକେଶ ଚୌଧୁରୀ। ଭାଗବତ ସନ୍ଧାନରେ ରହୁଥିବା ମାୟାଶଙ୍କର ଗୁପ୍ତାଙ୍କର ଶିଳ୍ପାଞ୍ଚଳରେଏକ କବାଡ଼ିଆ ଦୋକାନ ରହିଛି। ସେ ଦୋକାନ ଆଗରେ ତାଙ୍କ ହୋଣ୍ଡା ଆକ୍ଟିଭା ରଖିଥିଲେ। ଏହି ସମୟରେ ମୁକେଶ ଗାଡ଼ିକୁ ଚୋରି କରି ନେଇ ପଳାଉଥିଲା‌। ଗାଡ଼ି ନଥିବା ଦେଖି ମାୟାଶଙ୍କର ଓ ତାଙ୍କ କର୍ମଚାରୀ ଖୋଜାଖୋଜି କରିଥିଲେ। ରସୁଲଗଡ଼ ନିକଟରେ ମାୟାଶଙ୍କର ମୁକେଶକୁ ଗାଡ଼ି ସହ ଧରିଥିଲେ।



from ଅପରାଧ – Sambad http://bit.ly/2JtpNzS

Post a Comment

0Comments
Post a Comment (0)