ବୁମ୍‌ରା ନିଜ ଗତିରେ ପ୍ରତିଦ୍ବନ୍ଦ୍ବୀଙ୍କୁ ଜାଳି ଦେବେ: ଥମ୍ପ୍‌ସନ୍‌

zisanmohammad
0

ନୂଆଦିଲ୍ଲୀ: ନିଜ ସମୟରେ ବିସ୍ମୟ ସୃଷ୍ଟି କରିଥିବା ବିରଳ ଗତିର ଦ୍ରୁତ ବୋଲର ଜେଫ୍‌ ଥମ୍ପ୍‌ସନ୍‌ ବିଶ୍ବବ୍ୟାପୀ ବ୍ୟାଟସମ୍ୟାନ୍‌ଙ୍କ ପାଇଁ ଭୟର ବାତାବରଣ ସୃଷ୍ଟି କରିଥିଲେ। ଡେନିସ୍ ଲିଲିଙ୍କ ନୂଆ ବଲ୍ ପାର୍ଟନରଭାବେ ଅଷ୍ଟ୍ରେଲିଆକୁ ବୋଲିଂ ଶକ୍ତିର ଦଳ ଭାବେ ଉଭା କରାଇଥିଲେ। ଏବେ ଥମ୍ପ୍‌ସନ୍ କହିଛନ୍ତି ଭାରତୀୟ ଦ୍ରୁତ‌ ବୋଲର ଯଶପ୍ରୀତ୍ ବୁମରା ନିଜର ନିଆରା ଗତି ବଳରେ ପ୍ରତିଦ୍ବନ୍ଦ୍ବୀ ବ୍ୟାଟସମ୍ୟାନ୍‌ଙ୍କୁ ଜାଳି ଦେବେ। ବୁମରାଙ୍କୁ କିଛି ଦିନ ତଳେ ସଚିନ ତେନ୍ଦୁଲକର ବିଶ୍ବର ଶ୍ରେଷ୍ଠ ବୋଲର ଆଖ୍ୟା ଦେଇଥିବା ବେଳେ ଥମ୍ପ୍‌ସନ୍‌ଙ୍କ ମତ ଏହି ଗୁଜରାଟ ବୋଲରଙ୍କ କ୍ରମବର୍ଦ୍ଧିଷ୍ଣୁ ଖ୍ୟାତିର ଅନ୍ୟତମ ସ୍ବୀକାରୋକ୍ତି। ‘ବୁମରା ବାସ୍ତବରେ ଜଣେ ଭଲ ବୋଲର, ସେ ଏଭଳି ଜଣେ ବୋଲର, ଯ‌େତେ ଅଧିକ ବାଲିଂ କରିବେ ସେତେ ଅଧିକ ଭଲ କରିବେ’ ବୋଲି ସତୁରୀ ଦଶକରେ ମାଲକମ ମାର୍ଶାଲଙ୍କ ସହ ବିଶ୍ବର ସବୁଠୁ ଦ୍ରୁତତମ ବୋଲର ଆଖ୍ୟା ପାଇଥିବା ଥମ୍ପ୍‌ସନ୍ କହିଛନ୍ତି।

ବୁମ୍‌ରା ଚାହିଁଲେ ନିଜ ବୋଲିଂରେ ବିବିଧତା ଭରି ପାରିବେ, ତାଙ୍କ ‌ବୋଲିଂକୁ ବୁଝିବା ଏକ ଅଖା‌ଡୁଆ କାମ। ଏ ପର୍ଯ୍ୟନ୍ତ କୌଣସି ବ୍ୟାଟସମ୍ୟାନ୍‌ ତାଙ୍କୁ ଭଲ ଭାବେ ପଢ଼ି ପାରିଥିବା ମୁଁ ଦେଖିପାରିନାହିଁ। ସେ ଜଣେ ରୁଢ଼ୀବାଦି ବୋଲର ଯାହାକି ତାଙ୍କୁ ଅନ୍ୟମାନଙ୍କଠାରୁ ଅଲଗା କରି ରଖିଛି ବୋଲି ଥମ୍ପସନ୍ କହିଛନ୍ତି। ବୁମ୍‌ରାଙ୍କ ସହିତ ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର କାଗିସୋ ରବାଦା ହେଉଛନ୍ତି, ସେହି ଦୁଇ ବୋଲର ଯେଉଁମାନେ ବିଶ୍ବକପ୍‌ରେ ସମସ୍ତଙ୍କ ନଜରରେ ରହିବେ। ନିଜ ଦେଶ ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ମଧ୍ୟ ଭଲ କରିବେ ବୋଲି ଥମ୍ପସନ୍ ଆଶା ରଖିଛନ୍ତି। ଷ୍ଟାର୍କ ଜଣେ ଅମୂଲ୍ୟ ବୋଲର ଏବଂ ନିର୍ଭୁଲ ବୋଲିଂ କରିଥାନ୍ତି। ପ୍ୟାଟ୍ କମିନ୍ସ ବି ଭଲ ବୋଲର। ମୋଟାମୋଟି ଭାବେ ଅଷ୍ଟ୍ରେଲିଆର‌ ବୋଲିଂ ଭଲ ବୋଲି ଥମ୍ପସନ୍ କହିଛନ୍ତି। ଜୋସ୍ ହାଜେଲଉଡ୍‌ ଦଳରେ ନ ଥିବାରୁ କିନ୍ତୁ ଥମ୍ପସନ୍ ସେତେଟା ଖୁସୀ ନୁହଁନ୍ତି।



from ଖେଳ – Sambad http://bit.ly/2Qd4tiB

Post a Comment

0Comments
Post a Comment (0)