ମହିଳା ହକି: ବିଜୟରୁ ଭାରତର ଅଭିଯାନ

zisanmohammad
0

ଭୁବନେଶ୍ବର: ଭାରତୀୟ ମହିଳା ହକି ଦଳ ବିଜୟରୁ ଦକ୍ଷିଣ କୋରିଆ ଗସ୍ତ ଆରମ୍ଭ କରିଛି। ଜିନ୍‌ଚିଅନ୍‌ରେ ସୋମବାର ଖେଳାଯାଇଥିବା ଦକ୍ଷିଣ କୋରିଆ ବିପକ୍ଷ ତିନି ଟିକିଆ ଦ୍ବିପାକ୍ଷିକ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌କୁ ଭାରତ ୨-୧ ଗୋଲ୍‌ ବ୍ୟବଧାନରେ ଜିତିନେଇଛି। ସ୍ପେନ୍‌ ଓ ମାଲେସିଆ ବିପକ୍ଷରେ ଭଲ କରିବା ପରେ ଦକ୍ଷିଣ କୋରିଆ ଗସ୍ତ କରିଥିବା ଭାରତ ‌ଦୃଢ଼ ମନୋବଳ ସହ ପଡ଼ିଆକୁ ଓହ୍ଲାଇଥିଲା। ପ୍ରଥମ କ୍ବାର୍ଟର୍‌ରେ ଏକ ପେନାଲ୍‌ଟି କର୍ନର ସୁଯୋଗ ହାତଛଡ଼ା କରିଥିବା ଭାରତ ୨୦ତମ ମିନିଟ୍‌ରେ ଲାଲରେମସିଆମିଙ୍କ ଫିଲ୍ଡ ଗୋଲ୍‌ ବଳରେ ଆଗୁଆ ହୋଇ ଯାଇଥିଲା। ପ୍ରଥମାର୍ଧରେ ଆଗୁଆ ଥିବା ଭାରତ ୪୦ତମ ମିନିଟ୍‌ରେ ନଭନୀତ କୌରଙ୍କ ଗୋଲ୍‌ରେ ୨-୦ ଅଗ୍ରଣୀ ନେଇ ଘରୋଇ ଦଳ ଉପରେ ଚାପ ପକାଇଥିଲା। ପୂରା ମ୍ୟାଚ୍‌ରେ ୫ ପେନାଲ୍‌ଟି କର୍ନର ସୁଯୋଗ ପାଇଥିବା ଆୟୋଜକ ଦଳ ଶେଷ କ୍ବାର୍ଟର୍‌ରେ ସିନ୍‌ ହିଜିୟଙ୍ଗ୍‌ (୪୮ ମିନିଟ୍‌)ଙ୍କ ଗୋଲ୍‌ ବଳରେ ଗୋଟିଏ ଗୋଲ୍‌ ଶୁଝାଇବାକୁ ସକ୍ଷମ ହୋଇଥିଲା। ଭାରତ ଏହି ଗସ୍ତର ଦ୍ବିତୀୟ ମ୍ୟାଚ୍‌ ବୁଧବାର ଖେଳିବ।



from ଖେଳ – Sambad http://bit.ly/2we9FJG

Post a Comment

0Comments
Post a Comment (0)