ମୃତ୍ୟୁଦଣ୍ଡରୁ ବର୍ତ୍ତିଯିବ ୭ ଜଣଙ୍କ ହତ୍ୟାକାରୀ

zisanmohammad
0

ନୂଆଦିଲ୍ଲୀ: ନାବାଳକଙ୍କ ପାଇଁ ଉଦ୍ଦିଷ୍ଟ ନିୟମକୁ ବ୍ୟବହାର କରି ୭ ଜଣଙ୍କୁ ହତ୍ୟା କରିଥିବା ଜଣେ ଅପରାଧୀ ମୃତ୍ୟୁଦଣ୍ଡରୁ ବର୍ତ୍ତିଯିବା ସମ୍ଭାବନା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ୧୯୯୪ ମସିହାରେ ପୁନେର କୋଥରୁଡଠାରେ ଥିବା ଗୋଟିଏ କୋଠାରେ ୫ ଜଣ ମହିଳା ଏବଂ ୨ ଶିଶୁଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଉକ୍ତ ହତ୍ୟାକାଣ୍ଡରେ ପୁନେ କୋର୍ଟ ୧୯୯୮ ମସିହାରେ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ ଦେଇଥିଲେ। ଏହାର ବର୍ଷକ ପରେ ବମ୍ବେ ହାଇ କୋର୍ଟ ଉକ୍ତ ରାୟକୁ ଠିକ୍‌ ଦର୍ଶାଇଥିଲେ ଏବଂ ମୃତ୍ୟୁଦଣ୍ଡ କାଏମ ରଖିଥିଲେ। ୨୦୦୦ ମସିହାରେ ସୁପ୍ରିମ କୋର୍ଟ ମଧ୍ୟ ଅଭିଯୁକ୍ତର ସମୀକ୍ଷା ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ। ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ୨୦୧୫ରେ ଅଭିଯୁକ୍ତ ତରଫରୁ କ୍ଷମା ପାଇଁ କରାଯାଇଥିବା ଆବେଦନକୁ ପ୍ରତ୍ୟାଖାନ କରିଦେଇଥିଲେ। ତେବେ ୨୦୧୪ ମସିହାରେ ମୃତ୍ୟୁଦଣ୍ଡ ହୋଇଥିବା ଅଭିଯୁକ୍ତଙ୍କୁ ମୁକ୍ତ ଅଦାଲତରେ ପୁଣି ଗୋଟିଏ ସୁଯୋଗ ଦେବା ପାଇଁ ସୁପ୍ରିମ କୋର୍ଟ ନିଷ୍ପତ୍ତି ନେଇଥିଲେ। ଏହାର ସୁଯୋଗ ନେଇ ଉକ୍ତ ହତ୍ୟାକାରୀ ଜଣକ ମୁକ୍ତ ବିଚାରଳୟରେ ସମୀକ୍ଷା ଆବେଦନ କରିବାରୁ ସୁପ୍ରିମ କୋର୍ଟ ଏହାକୁ ଗ୍ରହଣ କରିନେଇଥିଲେ। ଇତିମଧ୍ୟରେ, ଅଭିଯୁକ୍ତ ବିଳମ୍ବରେ ହେଲେ ମଧ୍ୟ କୋର୍ଟକୁ ଜଣାଇଥିଲା ଯେ ଅପରାଧ କରିବା ସମୟରେ ସେ ନାବାଳକ ଥିଲା। ଯେହେତୁ ନାବାଳକକୁ ମୃତ୍ୟୁଦଣ୍ଡ ଦିଆଯାଇପାରିବ ନାହିଁ, ତେଣୁ ସୁପ୍ରିମ କୋର୍ଟ ପ୍ରକୃତ ସ୍ଥିତି ସଂପର୍କରେ ତଦନ୍ତ କରିବାକୁ ପୁନେ ସେସନ୍‌ କୋର୍ଟକୁ ନିର୍ଦେଶ ଦେଇଥିଲେ। ପୁନେ ଜିଲ୍ଲା ଜଜ୍‌ ତାଙ୍କ ରିପୋର୍ଟରେ ଅପରାଧ ବେଳେ ଅଭିଯୁକ୍ତକୁ ୧୨ ବର୍ଷ ୬ ମାସ ହୋଇଥିବା ସୂଚନା ଦେବା ପରେ ଏବେ ତାଙ୍କ ମୃତ୍ୟୁଦଣ୍ଡ କୋହଳ ହେବା ସମ୍ଭାବନା ସୃଷ୍ଟି ହୋଇଛି। ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀ ଏବଂ ସଂଜୀବ ଖାନ୍ନାଙ୍କୁ ନେଇ ଗଠିତ ସୁପ୍ରିମ କୋର୍ଟର ଖଣ୍ଡପୀଠ, ମେ’ ୧୦ରେ ଅଭିଯୁକ୍ତର ପିତାଙ୍କ ମୃତ୍ୟୁ ପରେ ତାଙ୍କୁ ପାରୋଲ୍‌ରେ ଯିବାକୁ ଅନୁମତି ଦେଇଛନ୍ତି।



from ଦେଶ- ବିଦେଶ – Sambad http://bit.ly/2YwnX4K

Post a Comment

0Comments
Post a Comment (0)