ଇତିହାସ ରଚିଲା ବିସିସିଆଇ

zisanmohammad
0

ନୂଆଦିଲ୍ଲୀ,: ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବସିସିଆଇ) ଗୋଟିଏ ଋତୁ‌ରେ ସର୍ବାଧିକ ମ୍ୟାଚ୍‌ ଆୟୋଜନ କରିବାରେ ଇତିହାସ ରଚିଛି। ୨୦୧୮-୧୯ ଋତୁ‌ରେ ରାଞ୍ଚିରେ ଆୟୋଜିତ ୨୩ ବର୍ଷରୁ କମ୍‌ ମହିଳା ଚାଲେଞ୍ଜର ଟ୍ରଫି ଫାଇନାଲ୍‌ ବିସିସିଆଇର ଶେଷ ଘରୋଇ ପ୍ରତିଯୋଗିତା ହୋଇଥିଲା ବେଳେ ମେ’ ୧୨ ତାରିଖରେ ହାଇଦ୍ରାବାଦରେ ଚଳିତ ଆଇପିଏଲ୍‌ର ଫାଇନାଲ୍‌ ମ୍ୟାଚ୍‌ ଭାରତୀୟ କ୍ରିକେଟ୍‌ ଋତୁର ପରିସମାପ୍ତି ହେବ। ଫଳରେ ପ୍ରଥମ ଥର ଲାଗି ବିଶ୍ବର ଏହି ଧନି କ୍ରିକେଟ୍‌ ସଂଘ ୨୦୦୦ରୁ ଅଧିକ ମ୍ୟାଚ୍‌ ଆୟୋଜନ କରିସାରିଛି। ଏଥିରେ ୩୭ ଦଳ ଭା‌ଗ ନେଇଥି‌ଲେ ଏବଂ ୩୪୪୪ ମ୍ୟାଚ୍‌ ଦିବସ ରହିଥିଲା। ଏହି ଋତୁରେ ବିସିସିଆଇ ମୋଟ ୨୦୨୪ ମ୍ୟାଚ୍‌ ଆୟୋଜନ କରିଥିଲା ବେଳେ ଏଥିରେ ୬୪୭୧ ଖେଳାଳି ଯୋଡ଼ି ହୋଇଥିଲେ। ଗତ ଋତୁ‌ (୨୦୧୭-୧୮)ରେ ବିସିସିଆଇର ‌ଘରୋଇ ପ୍ରତି‌ଯୋଗିତାରେ ୨୮ ଦଳ ଓ ୧୦୩୨ ମ୍ୟାଚ୍‌ ସାମିଲ ଥିଲା ବେଳେ ୧୮୯୨.୫ ମ୍ୟାଚ୍‌ ଦିବସ ରହିଥିଲା। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ମ୍ୟାଚ୍‌ ଦିନରେ ୮୧ ପ୍ରତିଶତ ବୃଦ୍ଧି ଘଟିଛି। ‌ସେହିପରି ଚଳିତ ଋତୁ ସାରା ମୋଟ ୧୩୦୧୫ ଖେଳାଳି ପଞ୍ଜିକରଣ କରିଥିଲା ବେଳେ ୬୪୭୧ ଖେଳିବାକୁ ସୁଯୋଗ ପାଇଥି‌ଲେ। ଭାରତର ୧୦୦ ସହରରେ ବରିଷ୍ଠ ପ୍ରତିଯୋଗିତା ସହ ବିଭିନ୍ନ ବୟସ ବର୍ଗର ମ୍ୟାଚ୍‌ ମଧ୍ୟ ଆୟୋଜିତ ହୋଇଥିଲା। ଏହି ସମୟରେ ବିସିସିଆଇ ୧୭୦ ଭିଡିଓ ବି‌‌ଶ୍ଲେଷକଙ୍କ ସହ ସମାନ ସଂଖ୍ୟକ ସ୍କୋରର୍‌ ନିଯୁକ୍ତି କରିଥିଲା ବେଳେ ନିଜର ଅଫିସିଆଲ୍‌ ୱେବ୍‌ସାଇଟ୍‌ରେ ‌ମ୍ୟାଚ୍‌ ସ୍କୋର୍‌ର ସିଧାପ୍ରସାରଣ କରିଥିଲା।



from ଖେଳ – Sambad http://bit.ly/2DDD8B2

Post a Comment

0Comments
Post a Comment (0)