
ନୂଆଦିଲ୍ଲୀ: ବିଶ୍ୱକପ୍ ୨୦୧୧ରେ ଟିମ୍ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ତୁଲାଇଥିବା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଆଗାମୀ ବିଶ୍ୱକପ୍ରେ ଅଷ୍ଟ୍ରେଲିଆକୁ ନିଜର ସବୁଠାରୁ ଅଧିକ ପସନ୍ଦର ଟିମ୍ ବୋଲି କହିଛନ୍ତି। ତାଙ୍କ କହିବା ଅନୁସାରେ ଅଷ୍ଟ୍ରେଲିଆକୁ ନିଶ୍ଚିତ ଭାବେ ବିଶ୍ୱକପ୍ ଖେଳିବା ଦରକାର। ଗମ୍ଭୀରଙ୍କ ଅନୁସାରେ ଅଷ୍ଟ୍ରେଲିଆର ମୁକାବିଲା ଦ୍ୱିତୀୟ ପସନ୍ଦର ଟିମ୍ ଭାରତ ସହିତ ହେବ।
କ୍ରିକେଟରୁ ସନ୍ୟାସ ନେଇ ରାଜନୀତିରେ ପାଦ ଥାପିଥିବା ଲୋକସଭା ପ୍ରାର୍ଥୀ ଗୌତମ ଗମ୍ଭୀର ସ୍ପଷ୍ଟ ଭାବେ କହିଛନ୍ତି ଇଂଲଣ୍ଡ ଟିମ ତାଙ୍କର ଦ୍ୱିତୀୟ ପସନ୍ଦର ଟିମ୍ ନୁହେଁ। କାରର ଏହି ଟିମ ଘରୋଇ ମାଟିରେ ବିଶ୍ୱକପ୍ ଖେଳୁଛି। ମାତ୍ର ଇଂଲଣ୍ଡ ନିକଟରେ ସବୁ ପ୍ରକାରର କ୍ରିକେଟର ମଧ୍ୟ ଅଛନ୍ତି। ଏହା ଏକ ସନ୍ତୁଳିତ ଟିମ ଅଟେ। ଗୌତମଙ୍କ ଅନୁସାରେ ଜୋଫ୍ରା ଆର୍ଚର ତାଙ୍କର ଟିମ୍ରେ ଜଣେ ଭଲ ଖେଳାଳି। ତାଙ୍କ ସହିତ ଇଂଲଣ୍ଡ ନିକଟରେ ବେନ୍ ଷ୍ଟୋକସ୍ ଏବଂ ମୋଇନ ଅଲି ମଧ୍ୟ ଅଲରାଉଣ୍ଡର ଅଛନ୍ତି।
ଜାତୀୟ ଗଣମାଧ୍ୟମକୁ ଏକ ସାକ୍ଷାତକାରରେ ଗୌତମ ଗମ୍ଭୀର କହିଛନ୍ତି, ଭାରତୀୟ ବ୍ୟାଟିଂ କଥା ଯଦି କହିବା, ତା’ହେଲେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଭଲ ସ୍କୋର କରିବାକୁ ହେବ। ବୋଲିଂରେ ଯଶପ୍ରୀତ ବୁମରାଙ୍କୁ ଦାୟିତ୍ୱ ନେବାକୁ ହେବ।
ଚଳିତ ବିଶ୍ୱକପ ରୋମାଂଚକ ହେବ। କାରଣ ଏଥିରେ ୬ଟି ଟିମ୍ ଶକ୍ତିଶାଳୀ ଭାବରେ ଛିଡ଼ା ହୋଇଛନ୍ତି। ଅନ୍ୟପକ୍ଷରେ ଏହି ବିଶ୍ୱକପ୍ରେ ଗୋଟିଏ ଟିମ୍ ଅନ୍ୟ ଟିମ୍ ସହିତ ଖେଳିବାକୁ ହେଉଛି। ପ୍ରତ୍ୟେକ ଟିମ୍କୁ ସବୁବେଳେ ପ୍ରସ୍ତୁତ ରହିବାକୁ ହେବ। ଗ୍ରୁପ ଲିଗରେ କୌଣସି ଟିମ୍କୁ ଆରାମ ମିଳି ପାରିବ ନାହିଁ।
from ଖେଳ – Sambad http://bit.ly/2VLlhmI
