ମାନହାନି ମାମଲା ପ୍ରତ୍ୟାହାର କରିବେ ଅନିଲ ଅମ୍ବାନି

zisanmohammad
0

ଅହମଦାବାଦ: ରାଫେଲ୍‌ କ୍ରୟ ଦୁର୍ନୀତି ମାମଲାରେ ଖବର ଛାପିବାକୁ ନେଇ ନେସ୍‌ନାଲ୍‌ ହେରାଲ୍ଡ ପତ୍ରିକା ଏବଂ କଂ‌େଗ୍ରସ ନେତାଙ୍କ ବିରୋଧରେ ଦାଖଲ କରିଥିବା ମାନହାନି ମାମଲାକୁ ପ୍ରତ୍ୟାହାର କରିନେବାକୁ ଅନିଲ ଅମ୍ବାନି ନିଷ୍ପତ୍ତି ନେଇଛନ୍ତି। ନେସ୍‌ନାଲ୍‌ ହେରାଲ୍ଡ ତାଙ୍କ ବିରୋଧରେ ଖବର ଛାପିଥିବାରୁ ଶିଳ୍ପପତି ଅମ୍ବାନୀ ପତ୍ରିକାର ସମ୍ପାଦକ ଏବଂ କିଛି କଂଗ୍ରେସ ନେତାଙ୍କ ବିରୋଧରେ ୫ ହଜାର କୋଟିର ମାନହାନି ମକଦ୍ଦମା ଦାୟର କରିଥିଲେ। ତେବେ ଏହାକୁ ପ୍ରତ୍ୟାହାର କରିନିଆଯିବ ବୋଲି ଅନିଲଙ୍କ ଆଇନ ପରାମର୍ଶଦାତା ଆର୍‌. ପାରିଖ ସୂଚନା ଦେଇଛନ୍ତି। ଏହି ମାମଲାର ଶୁଣାଣି ସେସନ୍‌ ଜଜ୍‌ ପିଜେ ତାମାକୁୱାଲାଙ୍କ କୋର୍ଟରେ ହେଉଛି। ଗ୍ରୀଷ୍ମ ଅବକାଶ ପରେ ମାନହାନି ମାମଲା ପ୍ରତ୍ୟାହାରର ଶୁଣାଣି ହେବ ବୋଲି ଜଣାପଡିଛି।



from ଦେଶ- ବିଦେଶ – Sambad http://bit.ly/2JVWDZB

Post a Comment

0Comments
Post a Comment (0)