ବିବେକ କ୍ଷମା ମାଗିଲେ

zisanmohammad
0

ମୁମ୍ବାଇ: ସୋସିଆଲ୍‌ ମିଡିଆରେ ଐଶ୍ୱର୍ଯ୍ୟା ରୟଙ୍କ ଫଟୋ ପୋଷ୍ଟ କରି ଉପହାସ କରିବାର କିଛି ଘଣ୍ଟା ପରେ ବଲିଉଡ୍‌ ଅଭିନେତା ବିବେକ ଓବରଏ କ୍ଷମା ପ୍ରାର୍ଥନା କରିଛନ୍ତି। ବିବେକ ଟ୍ୱିଟ୍‌ ଜରିଆରେ କ୍ଷମା ପ୍ରାର୍ଥନା କରିବା ସହ ଉକ୍ତ ପୋଷ୍ଟକୁ ହଟାଇ ଦେଇଛନ୍ତି। ସେ କହିଛନ୍ତି ବେଳେବେଳେ କିଛି ବିଷୟ କିଛି ଲୋକଙ୍କ ପାଇଁ କୌତୁକର ବିଷୟ ହୋଇଥିବା ବେଳେ ଅନ୍ୟମାନଙ୍କ ପାଇଁ ଏହା ହୋଇନପାରେ। ୧୦ ବର୍ଷ ହେଲା ସେ ମହିଳାଙ୍କ ସଶକ୍ତିକରଣ ପାଇଁ କାର୍ଯ୍ୟ କରିଆସୁଛନ୍ତି। ଦୁଇ ହଜାର ଝିଅଙ୍କୁ ସେ ସାହାଯ୍ୟ କରିଛନ୍ତି। ସେ କୌଣସି ମହିଳାଙ୍କୁ ଅସମ୍ମାନ କରିବା ଚିନ୍ତା କରିପାରିବେ ନାହିଁ ବୋଲି ବିବେକ ସ୍ପଷ୍ଟ କରିଛନ୍ତି। ଜାତୀୟ ମହିଳା କମିସନ ମଧ୍ୟ ଏହି ମାମଲାରେ ବିବେକଙ୍କ ବିରୋଧରେ ନୋଟିସ୍‌ ଜାରି କରିଥିଲେ।



from ଦେଶ- ବିଦେଶ – Sambad http://bit.ly/2JycRJ8

Post a Comment

0Comments
Post a Comment (0)