
ବାରିପଦା: ମଙ୍ଗଳବାର ସକାଳ ପ୍ରାୟ ୬ଟା ସମୟରେ ସ୍ଥାନୀୟ ଗାନ୍ଧୀ ପାର୍କ ଠାରୁ ଜଣେ ଯୁବକଙ୍କୁ ବାରିପଦା ଟାଉନ ପୁଲିସ ଉଠାଇ ନେଇ ଅଟକ ରଖିଛି। ତାଙ୍କ ସହିତ ଥିବା ଅନ୍ୟ ଦୁଇଜଣ ଯୁବକ ଘଟଣାସ୍ଥଳରୁ ଖସି ପଳାଇଛନ୍ତି।
ଅଟକ ଯୁବକଜଣକ ବାଙ୍ଗିରିପୋଷି ଅଞ୍ଚଳର। ତାଙ୍କ ଠାରୁ ଗୋଟିଏ ପିସ୍ତଲ ଓ ଭୁଜାଲି ଜବତ କରାଯାଇଛି। ବ୍ୟାଗ୍ ଧରି ସେମାନେ ଗାନ୍ଧୀପାର୍କ ଅଞ୍ଚଳରେ ସନ୍ଦେହଜନକ ଭାବେ ବୁଲାବୁଲି କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପୁଲିସ ସେମାନଙ୍କୁ ଧରିବାକୁ ପହଞ୍ଚିଥିଲା।
ସେମାନେ କ’ଣ ପାଇଁ ଅସ୍ତ୍ରଶସ୍ତ୍ର ବୁଲୁଥିଲେ ତାହା ଜଣାପଡ଼ି ନାହିଁ। ତାଙ୍କୁ ଅଟକ ରଖିଥିଲେ ମଧ୍ୟ ସେ ସମ୍ପର୍କରେ ପୁଲିସ ମଧ୍ୟ କିଛି କହିନାହିଁ।
from ଜିଲ୍ଲା – Sambad http://bit.ly/2XCEH9M