ଇକ୍ବେଡର ଦୂତାବାସରେ ବ୍ରିଟିସ ପୋଲିସ

zisanmohammad
0

ଲଣ୍ଡନ: ୱିକିଲିକ୍ସ ପ୍ରତିଷ୍ଠାତା ଜୁଲିଆନ ଆସେଞ୍ଜ୍‌ଙ୍କୁ ଗୁରୁବାର ଲଣ୍ଡନ ପୁଲିସ ଗିରଫ କରିଛି। ଇକ୍ବେଡର ରାଷ୍ଟ୍ରଦୂତ କାର୍ଯ୍ୟାଳୟରୁ ତାଙ୍କୁ ଗିରଫ କରାଯାଇଛି। ସ୍ୱିଡ଼େନରେ ତାଙ୍କ ବିରୋଧରେ ଏକ ବଳାତ୍କାର ମାମଲା ଚାଲିଥିବା ବେଳେ ଲଣ୍ଡନ ପୁଲିସ ତାଙ୍କୁ ଗିରଫ କରି ସ୍ୱିଡ଼େନ ପ୍ରତ୍ୟର୍ପଣ କରିଦେବା ଆଶଙ୍କାରେ ଆସେଞ୍ଜ୍‌ ୨୦୧୨ ଠାରୁ ଇକ୍ବେଡର ରାଷ୍ଟ୍ରଦୂତ କାର୍ଯ୍ୟାଳୟରେ ରାଜନୈତିକ ଶରଣ ନେଇଥିଲେ। ତାଙ୍କ ବିରୋଧରେ ଆମେରିକାରେ ମଧ୍ୟ ସାଂଘାତିକ ଅଭିଯୋଗ ରହିଛି। ଇକ୍ବେଡର ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଜୀବନକୁ ନେଇ କିଛି ତଥ୍ୟ ଲିକ୍‌ କରିବା ଅଭିଯୋଗରେ ଇ‌କ୍ବେଡର ଆସେଞ୍ଜ୍‌ଙ୍କୁ ରାଜନୈତିକ ଶରଣ ଦେବା ବନ୍ଦ କରିଦେଇଥିଲା। ଏହା ପରେ ଆସେଞ୍ଜ୍‌ଙ୍କୁ ଇକ୍ବେଡର ରାଷ୍ଟ୍ରଦୂତ କାର୍ଯ୍ୟାଳୟରେ ଲଣ୍ଡନ ପୁଲିସକୁ ହସ୍ତାନ୍ତର କରାଯାଇଥିବା ପ୍ରକାଶ। ଲଣ୍ଡନ ପୁଲିସ ତାଙ୍କୁ ୱେଷ୍ଟମିନିଷ୍ଟର କୋର୍ଟରେ ହଜାର କରିବ ବୋଲି ଜଣାପଡିଛି।



from ଦେଶ- ବିଦେଶ – Sambad http://bit.ly/2G9rLRN

Post a Comment

0Comments
Post a Comment (0)