୪୦୦ ମନ୍ଦିରର ପୁନରୁଦ୍ଧାର କରିବ ପାକିସ୍ତାନ, ହିନ୍ଦୁ ସମୁଦାୟକୁ ହସ୍ତାନ୍ତର ହେବ

zisanmohammad
0

ନୂଆଦିଲ୍ଲୀ: ହିନ୍ଦୁ ସମୁଦାୟର ଦାବିକୁ ଗ୍ରହଣ କରି ପାକିସ୍ତାନ ସରକାର ସେଠାରେ ଥିବା ମନ୍ଦିର ଗୁଡ଼ିକୁ ପୁଣି ଖୋଲିବାକୁ ନିଷ୍ପତ୍ତି ନେଇଛି। ଏତଦବ୍ୟତୀତ ୪୦୦ ମନ୍ଦିରର ପୁନରୁଦ୍ଧାର କରିବା ସହ ପାକିସ୍ତାନରେ ଥିବା ହିନ୍ଦୁ ସମୁଦାୟକୁ ହସ୍ତାନ୍ତର ଯୋଜନା କରିଥିବା ଜଣାପଡିଛି। ଘୋଷଣା ଅନୁଯାୟୀ ଏହି କାର୍ଯ୍ୟ ଦୁଇଟି ଐତିହାସିକ ସ୍ଥଳ ଠାରୁ ଆରମ୍ଭ ହେବ। ସିଆଲକୋଟ୍‌ ଠାରେ ଥିବା ଜଗନ୍ନାଥ ମନ୍ଦିର ଏବଂ ପେସାୱାରରେ ଥିବା ହଜାର ବର୍ଷ ପୁରୁଣା ଶିବାଳୟ ତେଜ ସିଂହ ମନ୍ଦିର ପ୍ରଥମେ କାର୍ଯ୍ୟକ୍ଷମ କରାଯାଇ ହିନ୍ଦୁଙ୍କୁ ହସ୍ତାନ୍ତର କରାଯିବ। ସିଆଲକୋଟ୍‌ ଜଗନ୍ନାଥ ମନ୍ଦିର ବର୍ତ୍ତମାନ ଖୋଲାଥିବା ବେଳେ ତାହାର ମରାମତି କରାଯିବ। ୧୯୯୨ ବାବ୍ରି ମସଜିଦ ଘଟଣା ପରେ ହିନ୍ଦୁ ସମୁଦାୟ ପେସାୱାର ଶିବାଳୟକୁ ଯିବା ବନ୍ଦ କରିଦେଇଥିଲେ। ପ୍ରତିବର୍ଷ ଦୁଇଟିରୁ ତିନିଟି ମନ୍ଦିର ପୁନରୁଦ୍ଧାର କରାଯିବ ବୋଲି ପାକିସ୍ତାନ ସରକାର ଘୋଷଣା କରିଛନ୍ତି। ସୂଚନା ଥାଉକି ନିକଟରେ ଶିଖ୍‌ ସମୁଦାୟ ପାଇଁ କରତାରପୁର ସାହିବ କରିଡର ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲା ପାକିସ୍ତାନ। ପେସାୱାର କୋର୍ଟ ଗୋ‌େରଖନାଥ ମନ୍ଦିରକୁ ଖୋଲିବାକୁ ନିର୍ଦେଶ ଦେବା ସହ ଏହାକୁ ଐତିହ୍ୟସ୍ଥଳ ଭାବେ ଘୋଷଣା କରିସାରିଛି।

ଉଲ୍ଲେଖନୀୟ, ଦେଶ ବିଭାଜନ ପରେ ପାକିସ୍ତାନରେ ଥିବା ଶହ ଶହ ହିନ୍ଦୁ ମନ୍ଦିର ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଏଥି ମଧ୍ୟରୁ ବହୁତଗୁଡ଼ିଏ ମନ୍ଦିରକୁ ମଦ୍ରାସାରେ ପରିଣତି କରି ଦିଆଯାଇଛି। ସୂଚନା ଅନୁଯାୟୀ, ୧୯୯୦ ପରେ ପାକିସ୍ତାନରେ ଥିବା ୪୨୮ ମନ୍ଦିର ମଧ୍ୟରୁ ୪୦୮ ମନ୍ଦିରକୁ ଖେଳନା ଦୋକାନ ଏବଂ ସ୍କୁଲରେ ପରିଣତ କରିଦିଆଯାଇଛି।



from ଦେଶ- ବିଦେଶ – Sambad http://bit.ly/2VBLY9f

Post a Comment

0Comments
Post a Comment (0)