ଇଣ୍ଟରନେଟ୍‌ରେ ଦଳୀୟ ଚିହ୍ନ ଥିବା ସାମଗ୍ରୀର ବିକ୍ରି ଟ୍ରେଣ୍ଡ୍ ବଢୁଛି

zisanmohammad
0

ନୂଆଦିଲ୍ଲୀ : ଆଜି ପ୍ରଥମ ପ୍ରର୍ଯ୍ୟାୟ ଲୋକସଭା ନିର୍ବାଚନ ସରିଲା। ଆଉ ୬ଟି ପ୍ରର୍ଯ୍ୟାୟ ନିର୍ବାଚନ ବାକି ଅଛି। ଅତ୍ୟନ୍ତ ବ୍ୟବସ୍ଥିତ ଢଙ୍ଗରେ ନିର୍ବାଚନ ଲଢ଼ିବାପାଇଁ ପ୍ରାର୍ଥୀମାନେ ବେଶ ତତ୍ପର ହୋଇଉଠିଛନ୍ତି। ପ୍ରାର୍ଥୀମାନଙ୍କର ଚାହିଦାକୁ ଦୃଷ୍ଟିରେ ରଖି ବିଭିନ୍ନ କମ୍ପାନିମାନଙ୍କ ଦ୍ବାରା ନିର୍ବାଚନ ପରିଚାଳନା ସମ୍ବନ୍ଧୀୟ ସୂଚନା ଗୁଡ଼ିକ ବିକ୍ରି ହେବା ସହ ଇଣ୍ଟରନେଟ୍ ଜରିଆରେ ବିଭିନ୍ନ ଦଳୀୟ ଚିହ୍ନ ଥିବା ସାମଗ୍ରୀ ମଧ୍ୟ ବିକ୍ରି ହେଉଛି। ଯଦିଓ ଏହି ଟ୍ରେଣ୍ଡ୍ ୨୦୧୪ ସାଧାରଣ ନିର୍ବାଚନରେ ଦେଖିବାକୁ ମିଳିଥିଲା ଏଥର କିନ୍ତୁ ଏହି ଟ୍ରେଣ୍ଡ୍‌ ବଢ଼ିଛି। ନିର୍ବାଚନ ପରିଚାଳନା ସମ୍ବନ୍ଧୀୟ ସୂଚନା ଜାଣିନଥିବା ପ୍ରାର୍ଥୀ କିମ୍ବା ନୂଆ ରାଜନୈତିକ ଦଳକୁ ଏହି କମ୍ପାନୀମାନଙ୍କ ପକ୍ଷରୁ ସବୁପ୍ରକାର ସୂଚନା ଓ ସୁବିଧା ଯୋଗାଇ ଦିଆଯାଉଛି। ଏହି କମ୍ପାନି ଗୁଡ଼ିକ ମୁଖ୍ୟତଃ ପ୍ରାର୍ଥୀଙ୍କ ପାଇଁ କର୍ମୀ ଯୋଗାଡ଼ଠାରୁ ଆରମ୍ଭ କରି ପ୍ରଚାର, ବୁଥ୍ ପରିଚାଳନା, ସୂଚନା ଓ ପ୍ରାଥମିକ ଜନସମ୍ପର୍କ ତଥା ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଛି ।

ସୂଚନାନୁଯାୟୀ ପୂର୍ବରୁ କମ୍ପାନି ମାନଙ୍କ ଦ୍ବାରା ପ୍ରାକ୍ ନିର୍ବାଚନୀ ସର୍ଭେ କାର୍ଯ୍ୟ କରାଯାଉଥିଲା । ହେଲେ ଏବେ କମ୍ପାନି ଗୁଡ଼ିକ ନିର୍ବାଚନୀ କାର୍ଯ୍ୟ ସହ ନିର୍ବାଚନରେ ପ୍ରତିଦ୍ବନ୍ଦିତାକୁ ନଜରରେ ରଖି ଅଧିକ ତତ୍ପରତା ପ୍ରକାଶ କରୁଥିବା ଦେଖିବାକୁ ମିଳିଛି। ଏତଦ୍‌ବ୍ୟତୀତ ଅନଲାଇନ୍ ନିର୍ବାଚନ ଅଭିଯାନକୁ ଗୁରୁତ୍ବ ପ୍ରଦାନ କରାଯାଉଛି । ଯେତିକି ନିର୍ବାଚନ ତାତି ବଢ଼ିବାକୁ ଲାଗିଛି, ଇଣ୍ଟରନେଟ୍ ଦ୍ବାରା ରାଜନୈତିକ ଦଳମାନଙ୍କ ଦ୍ବାରା ବିଭିନ୍ନ ଚିହ୍ନ ଥିବା ସାମଗ୍ରୀର ଚାହିଦା ମଧ୍ୟ ବଢିବାରେ ଲାଗିଛି । ବଜାରରେ ମୋଦୀ ଜ୍ୟାକେଟ୍, ନାମୋ ଏଗେନ୍ ଟି-ସାର୍ଟଠୁ ଆରମ୍ଭ କରି ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ସମର୍ଥନ କଲାଭଳି ବିଭିନ୍ନ ସାମଗ୍ରୀ ଉପଲବ୍ଧ ହେଉଛି । ଦୁଇଟି ପ୍ରମୁଖ ଦଳ ବ୍ୟତୀତ ଅନ୍ୟ କିଛି ଆଞ୍ଚଳିକ ଦଳମାନଙ୍କ ନିର୍ବାଚନ ସାମଗ୍ରୀ ମଧ୍ୟ ଏବେ ଅନଲାଇନରେ ଉପଲବ୍ଧ ହେଉଛି। । ନିର୍ବାଚନ ଋତୁରେ ବ୍ୟବସାୟୀମାନେ ମାଲାମାଲ ୍‌ହେଉଛନ୍ତି । ଅପରପକ୍ଷେ ଇ-କମର୍ସ ଜରିଆରେ ରାଜନୈତିକ ଦଳମାନଙ୍କୁ ବ୍ରାଣ୍ଡିଂର ମୌକା ମିଳୁଛି। କୌତୁହଳର ବିଷୟ ନିର୍ବାଚନୀ ସୂଚନା ବେପାର ସହିତ ଇଣ୍ଟରନେଟ୍ ଜରିଆରେ ଦୁଇ ପ୍ରମୁଖ ଦଳମାନଙ୍କର ନିର୍ବାଚନ ସାମଗ୍ରୀ ଗୁଡ଼ିକ ଅନଲାଇନ୍‌ରେ ଉପଲବ୍ଧ ହେଉଥିବା ବେଳେ ବିଜେପିର ଦିଲ୍ଲୀ ସ୍ଥିତ ଦିନଦୟାଲ ଉପାଧ୍ୟୟ ମାର୍ଗ ଓ କଂଗ୍ରେସର ୨୪ ଆକବର ରୋଡ୍‌ କାର୍ଯ୍ୟାଳୟ ପରିସରରେ ବିକ୍ରି ପାଇଁ ପ୍ରଦର୍ଶିତ ନିର୍ବାଚନୀ ସାମଗ୍ରୀ କିଣିବାରେ ନେତାମାନେ ଆଗ୍ରହ ପ୍ରକାଶ କରିନାହାନ୍ତି।



from ଦେଶ- ବିଦେଶ – Sambad http://bit.ly/2D9EumN

Post a Comment

0Comments
Post a Comment (0)