ଚନ୍ଦ୍ରପୃଷ୍ଠରେ ଓହ୍ଲାଇବା ସମୟରେ ଧ୍ୱଂସ ହୋଇଗଲା ଇସ୍ରାଏଲୀ ମହାକାଶ ଯାନ

zisanmohammad
0

ୟେହୁଦ: ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର କିଛି ସମୟ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇ ଧ୍ୱଂସ ହୋଇଗଲା ପୃଥିବୀ ସହ ଯୋଗାଯୋଗ ହରାଇ ଥିବା ଇସ୍ରାଏଲ୍‌ର ଏକ ମହାକାଶଯାନ। ଫଳରେ ଘରୋଇ ପାଣ୍ଠିରେ ବିଶ୍ୱର ପ୍ରଥମ ଚନ୍ଦ୍ର ଅଭିଯାନ ଚଳାଇ ଇତିହାସ ସୃଷ୍ଟି ପାଇଁ ଉଦ୍ୟମ କରିଥିବା ଇସ୍ରାଏଲ୍‌ର ଉଚ୍ଚାଭିଳାଷ ବିଫଳ ହୋଇଗଲା।

ବିଳମ୍ବିତ ଗୁରୁବାରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଯାଉଥିବା ବେଳେ ସେ ମହାକାଶଯାନଟି ଗ୍ରାଉଣ୍ଡ୍‌ କଣ୍ଟ୍ରୋଲ୍‌ ସହ ଯୋଗାଯୋଗ ହରାଇଥିଲା। କିଛି ମୁହୂର୍ତ୍ତ ପରେ ଅଭିଯାନ ବିଫଳ ହୋଇଥିବା କଥା ଘୋଷଣା କରାଯାଇଥିଲା।

ଇସ୍ରାଏଲ୍‌ ଏରୋସ୍ପେସ୍‌ ଇଣ୍ଡଷ୍ଟ୍ରିଜ୍‌ର ମହାକାଶ ବିଭାଗର ସାଧାରଣ ପରିଚାଳକ ଓଫେର୍‌ ଡୋରୋନ୍‌ କହନ୍ତି: ଆମେ ନିଶ୍ଚିତ ରୂପେ ଚନ୍ଦ୍ରପୃଷ୍ଠରେ ଧକ୍କା ଖାଇଛୁ। ଅବତରଣ ପାଇଁ ନିର୍ଦ୍ଧାରଣ କରାଯାଇଥିବା ସ୍ଥାନରେ ଖଣ୍ଡବିଖଣ୍ଡ ହୋଇ ମହାକାଶଯାନଟି ବିଛାଡ଼ି ହୋଇ ପଡ଼ିଛି।

ଡୋରୋନ୍‌ କହିଛନ୍ତି: ଅବତରଣ କରିବାର ମୁହୂର୍ତ୍ତେ ଆଗରୁ ମହାକାଶଯାନର ଇଞ୍ଜିନ୍‌ ବନ୍ଦ ହୋଇଗଲା। ପୁଣି ପାଓ୍ଵାର୍‌ ଫେରିବା ବେଳକୁ ମହାକାଶଯାନ ଆଉ ନିରାପଦ ଅବତରଣ ବେଗରେ ନ ଥିଲା। ବିଫଳତାର କାରଣ ନିର୍ଦ୍ଧାରଣ କରିବାକୁ ବୈଜ୍ଞାନିକମାନେ ଉଦ୍ୟମ କରୁଛନ୍ତି।
ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ସମେତ ଅନେକ ଦର୍ଶକଙ୍କ ସାମ୍ନାରେ ଓ ଜାତୀୟ ଟେଲିଭିଜନ୍‌ରେ ଏହାର ପ୍ରତ୍ୟକ୍ଷ ପ୍ରସାରଣ ଚାଲିଥିବା ଦୁର୍ଘଟଣା ଘଟିଥିଲା।

କେବଳ ଯୁକ୍ତରାଷ୍ଟ୍ର ଆମେରିକା, ରୁଷ୍‌ ଓ ଚୀନ୍‌ ଭଳି ଜାତୀୟ ମହାକାଶ ଏଜେନ୍‌ସିଙ୍କ ଠାରେ ଏଭଳି ଉଦ୍ୟମର ସମକକ୍ଷ ହେବା ପରି କ୍ଷମତା ଅଛି।
ନେତାନ୍ୟାହୁ କହିଲେ: ଯଦି ପ୍ରଥମ ଉଦ୍ୟମରେ ସଫଳ ନ ହେଲ, ଥରକୁ ଥର ଉଦ୍ୟମ କର। ଆସନ୍ତା ଦୁଇ ବର୍ଷ ମଧ୍ୟରେ ସେ ସଫଳତାର ସହ ଚନ୍ଦ୍ରପୃଷ୍ଠକୁ ଅକ୍ଷତ ଇସ୍ରାଏଲୀ ମହାକାଶଯାନଟିଏ ପଠାଇବେ ବୋଲି ନିୟମ କରିଛନ୍ତି।



from ଦେଶ- ବିଦେଶ – Sambad http://bit.ly/2VG0w7Q

Post a Comment

0Comments
Post a Comment (0)