ରାଫେଲ ଉଡ଼ାଣ ପ୍ରଶିକ୍ଷଣ ନେଇଛନ୍ତି ପାକ୍ ପାଇଲଟ୍! ମିଛ ଖବର: ଫ୍ରାନ୍ସ

zisanmohammad
0

ନୂଆଦିଲ୍ଲୀ: କତାର ଏୟାର୍ ଫୋର୍ସରେ ପାକିସ୍ତାନର ପାଇଲଟ ମାନଙ୍କୁ ରାଫେଲ ଲଢୁଆ ବିମାନ ଉଡ଼ାଣର ପ୍ରଶିକ୍ଷଣ ଦିଆଯାଉଥିବା ଖବର ପ୍ରକାଶ ପାଇଛି। କିନ୍ତୁ ଭାରତରେ ଅବସ୍ଥାପିତ ଫ୍ରାନ୍ସ ରାଷ୍ଟ୍ରଦୂତ ଏହି ଖବରକୁ ଖଣ୍ଡନ କରିବା ସହିତ ଏହା ମିଥ୍ୟା ‌ବୋଲି କହିଛନ୍ତି। ବିମାନ କ୍ଷେତ୍ରରେ ବିଶେଷ ରୁଚି ରଖୁଥିବା ମିଡ଼ିଆ ଏଭିଏସନ୍ ଇଣ୍ଟରନ୍ୟାସନାଲ ନ୍ୟୁଜ୍‌ର ସୂଚନା ମୁତାବକ ୨୦୧୭ ନଭେମ୍ବରରେ କତାର ଏୟାର ଫୋର୍ସରେ ପ୍ରଥମ ବ୍ୟାଚର ପାଇଲଟମାନେ ରାଫେଲ ଲଢୁଆ ବିମାନ ଉଡ଼ାଣର ପ୍ରଶିକ୍ଷଣ ପାଇଥିଲେ। ପ୍ରଶିକ୍ଷଣ ପାଇଥିବା ଉକ୍ତ ପାଇଲଟମାନେ ପାକିସ୍ତାନର ଥିଲେ। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଫ୍ରାନ୍ସ ରାଷ୍ଟ୍ରଦୂତଙ୍କ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ନୂଆଦିଲ୍ଲୀରେ ଅବସ୍ଥାପିତ ଫ୍ରାନ୍ସ ରାଷ୍ଟ୍ରଦୂତ ଆଲେକ୍‌ଜାଣ୍ଡର ଜିଗଲର୍ କହିଛନ୍ତି, ପାକିସ୍ତାନର ପାଇଲଟଙ୍କୁ ରାଫେଲ ପ୍ରଶିକ୍ଷଣ ଦିଆଯାଉଥିବା ଖବର ମିଛ। ପ୍ରକାଶିତ ଖବରକୁ ସେମାନେ ଯାଞ୍ଚ କରିଛନ୍ତି ବୋଲି ଜିଗଲର୍‌ ସ୍ପଷ୍ଟ କରିଛନ୍ତି। ପାକିସ୍ତାନ ସେନାର କର୍ମଚାରୀମାନେ ମଧ୍ୟ-ପ୍ରାଚ୍ୟ ଦେଶମାନଙ୍କୁ ଯାଇ ପ୍ରଶିକ୍ଷଣ ପାଇଥାନ୍ତି। ପାକିସ୍ତାନ ଏହି ଦେଶମାନଙ୍କଠୁ ସହାୟତା ମଧ୍ୟ ପାଇଥାଏ। ଜୋର୍ଡାନ ପାକିସ୍ତାନକୁ ୧୩ଗୋଟି ଅତିରିକ୍ତ ଏଫ୍‌-୧୬ଏବି ଲଢୁଆ ବିମାନ ଯୋଗାଇଥିବା ପ୍ରକାଶ। ନିୟନ୍ତ୍ରଣରେଖା ଅଂଚଳରେ ‌େଫବ୍ରୁଆରି ୨୭ରେ ଭାରତକୁ ଆକ୍ରମଣ ବେଳେ ପାକିସ୍ତାନ ଜୋର୍ଡାନ ଯୋଗାଇଥିବା ଉକ୍ତ ବିମାନକୁ ବ୍ୟବହାର କରିଥିବା ଆଶଙ୍କା ପ୍ରକାଶ ପାଇଛି।



from ଦେଶ- ବିଦେଶ – Sambad http://bit.ly/2D9sBgT

Post a Comment

0Comments
Post a Comment (0)