ବାଙ୍ଗାଲୋ‌ରକୁ ଭଲ ବୋଲର ଅଭାବ

zisanmohammad
0

ପଏଣ୍ଟ ଟେବୁଲ୍‌ର ନିମ୍ନଭାଗରେ ଥିବା ଦୁଇ ଦଳ ଉପରକୁ ଉଠିବା ଲାଗି ଶନିବାର ନିଶ୍ଚିତ ସୁଯୋଗ ପାଇବେ। କିନ୍ତୁ ଏହା ଯେ ସେମାନଙ୍କୁ ପ୍ଲେ ଅଫ୍‌ ଆଡକୁ ନେବ ସେଭଳି ସମ୍ଭାବନା କମିବାରେ ଲାଗିଛି। ରୟାଲ୍‌ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ (ଆରସିବି) ନିଜର ପ୍ରଥମ ବିଜୟ ଆଶାରେ ଥିବାବେଳେ ରାଜସ୍ଥାନର ରୟାଲ୍ସ ମାନେ ଆଉ ପାଦେ ଆଗକୁ ବଢ଼ିବାକୁ ଆଗ୍ରହୀ। ଚେନ୍ନାଇ ସୁପର୍ କିଙ୍ଗ୍ସ ବିପକ୍ଷ ଶେଷ ବଲ୍ ପରାଜୟ ପରେ ରୟାଲ୍ସକୁ ନିଶ୍ଚିତ ସେମାନଙ୍କ ଖେଳରେ ଉନ୍ନତି ଆଣିବାକୁ ପଡ଼ିବ। ମୁମ୍ବାଇ ଇଣ୍ଡିଆନ୍ସ କିନ୍ତୁ କିରଣ ପୋଲାର୍ଡଙ୍କ ଜରିଆରେ ଆଗେଇ ଚାଲିଛି। ଏହି ଦଳକୁ ରୋକିବା ମୁସ୍କିଲ। ଦଳର ବୋଲିଂ ମଧ୍ୟ ଏବେ ଜମିଯାଇଛି। ହାର୍ଦିକ ପାଣ୍ଡ୍ୟା କିଛି ଅସାଧାରଣ ସଟ୍ ଖେଳୁଥିବାରୁ ମୁମ୍ବାଇର ବ୍ୟାଟିଂ ଗଭୀରତା ମଧ୍ୟ ଲମ୍ବି ପାରିଛି।
ରାଜସ୍ଥାନ ରୟାଲ୍‌ସକୁ ଏହାର ଭାରତୀୟ ଖେଳାଳିଙ୍କଠାରୁ ଅଧିକ ଅବଦାନର ଆବଶ୍ୟକତା ରହିଛି। ସଂଜୁ ସାମସନ୍‌ ଗୋଟିଏ ମ୍ୟାଚ୍‌ରେ ଶତକ ହାସଲ କରିବା ପରେ ଚୁପ୍ ରହିଛନ୍ତି। ଶ୍ରେୟସ‌ ଗୋପାଳ ନିଜକୁ ଚୂଡାନ୍ତ ଏକାଦଶରେ ସ୍ଥାୟୀ କରି ନେଇଛନ୍ତି। ଜୋସ୍ ବଟଲର୍, ଷ୍ଟିଭେନ୍ ସ୍ମିଥ୍ ଏବଂ ଜୋଫ୍ରା ଆର୍ଚରଙ୍କ ଉପରେ ଦଳ ନିର୍ଭରଶୀଳ। ବେନ୍ ଷ୍ଟୋକ୍ସ ଫର୍ମକୁ ଆସିଲେ ଦଳ ଉପରୁ ଚାପ ହଟିଯାଆନ୍ତା।
ବାଙ୍ଗାଲୋର୍ ପକ୍ଷ ଦେଖିଲେ ୟୁଜବେନ୍ଦ୍ର ଚହଲଙ୍କୁ ଛାଡ଼ି ଦଳରେ ଉଚ୍ଚମାନର ବୋଲରଙ୍କ ଅଭାବ ରହିଛି। ଏହି ଦଳ ଘରୋଇ ପରିବେଶରେ ୨୦୫ ରନ୍ କରିଥିଲେ ମଧ୍ୟ ଏହାକୁ ସୁରକ୍ଷିତ ରଖି ପାରିନଥିଲା। ଆନ୍ଦ୍ରେ ରସେଲ ଯେଭଳି ପିଟାଇ କରିଥିଲେ ତାହାର ସୁଫଳ କେକେଆରକୁ ମିଳିଥିଲା। ବାଙ୍ଗାଲୋର୍ ନିକଟରେ ବିଶ୍ବର ଦୁଇ ଶ୍ରେଷ୍ଠ ବ୍ୟାଟସମ୍ୟାନ୍‌ ବିରାଟ କୋହଲି ଏବଂ ଡି’ଭିଲିୟର୍ସ ରହିଛନ୍ତି। କିନ୍ତୁ ଏମାନଙ୍କ ବିଫଳତା ସମୟରେ ଅନ୍ୟମାନେ ଯେଭଳି ସହଯୋଗ କରିବା କଥା କରୁନାହାନ୍ତି। ମୋଇନ୍ ଅଲୀ ସାମୟିକ ଭଲ କରୁଛନ୍ତି, କିନ୍ତୁ ଦଳ ସିମରନ୍‌ ହେଟମେୟର୍‌ଙ୍କୁ ବି ସୁ‌ଯୋଗ ଦେବା କଥା। ଚମକ ଦେଖାଉଥିବା ଅନ୍ୟ ୱେଷ୍ଟଇଣ୍ଡିଆନ୍‌ଙ୍କ ଭଳି ସେ ମଧ୍ୟ ପ୍ରଭାବୀ ହୋଇପାରନ୍ତେ। ବଡ଼ ସଟ୍ ଖେଳାଳି ଶିଭମ ଦୁବେ ମଧ୍ୟ ସୁଯୋଗ ପାଇବା ଉଚିତ୍‌।
କିଙ୍ଗସ ଏକାଦଶ ପଞ୍ଜାବ ଚଳିତ ବର୍ଷ ଭଲ କରି ଆସୁଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଶେଷ ବଲ୍‌ ପରାଜୟ ଦଳକୁ ନିରାଶ କରିଥିଲା। ଲୋକେଶ ରାହୁଲ ବଡ଼ ପାଳି ଖେଳୁଛନ୍ତି ଏବଂ କ୍ରିସ୍ ଗେଲ୍‌ ତାଙ୍କ ଶକ୍ତି ଜରିଆରେ ସ୍ବାଭାବିକ ଭାବେ ବଡ଼ ଛକା ମାରୁଛନ୍ତି।‌ ବୋଲିଂରେ ମଧ୍ୟ ଦଳ ଲୟରେ ରହିଥିବାରୁ ଶନିବାର ଆରସିବି ବିପକ୍ଷ ମୁକାବିଲା ନିଶ୍ଚିତ ଉତ୍କଣ୍ଠାପୂର୍ଣ୍ଣ ହେବ ବୋଲି ଆଶା। (ପିଏମଜି)



from ଖେଳ – Sambad http://bit.ly/2GkdvHc

Post a Comment

0Comments
Post a Comment (0)