ଆଇପିଏଲ୍‌ କୀର୍ତିମାନ: ପ୍ରଥମ ଅଧିନାୟକ ଭାବେ ୧୦୦ ବିଜୟ

zisanmohammad
0

ଜୟପୁର: ଗୁରୁବାର ମହେନ୍ଦ୍ର ସିଂହ ଧୋନି ଆଇପିଏଲ୍‌ରେ ନୂଆ କୀର୍ତିମାନ ପ୍ରତିଷ୍ଠା କରିଛନ୍ତି। ସ୍ଥାନୀୟ ସବାଇ ମାନ୍‌ସିଂହ ଷ୍ଟାଡିୟମ୍‌ରେ ରାଜସ୍ଥାନ ରୟାଲ୍‌ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗ୍‌ସ ଉତ୍କଣ୍ଠାପୁର୍ଣ୍ଣ ବିଜୟ ହାସଲ କରିଥିଲା। ଏଥି ସହିତ ଚେନ୍ନାଇ ସୁପର କିଙ୍ଗ୍‌ସ ଅଧିନାୟକ ଧୋନି ମଧ୍ୟ ୧୦୦ତମ ବିଜୟ ପାଇଥିଲେ। ଫଳରେ ଆଇପିଏଲ୍‌ ଇତିହାସରେ ୧୦୦ ବିଜୟ ପାଇବାରେ ଧୋନି ପ୍ରଥମ ଅଧିନାୟକ ହେବାର ଗୌରବ ଅର୍ଜନ କରିନେଲେ। ଏକ୍ଷେତ୍ରରେ ଧୋନିଙ୍କ ପଛକୁ ଦ୍ବିତୀୟରେ ରହିଛନ୍ତି କୋଲ୍‌କାତା ନାଇଟ୍‌ ରାଇଡର୍ସର ପୂର୍ବତନ ଅଧିନାୟକ ଗୌତମ ଗମ୍ଭୀର। ଗମ୍ଭୀର ୧୨୯ ମ୍ୟାଚ୍‌ ଖେଳି ୭୧ ବିଜୟ ପାଇଥିଲେ। ଅଧିନାୟକ ଭା‌ବେ ଧୋନି ୧୬୬ ମ୍ୟାଚ୍‌ ଖେଳି ଏହି କୀର୍ତିମାନ ପ୍ରତିଷ୍ଠା କରିଛନ୍ତି। ଫଳରେ ଧୋନିଙ୍କ ବିଜୟ ପ୍ରତିଶତ ୬୦.୩୬ ରହିଛି। ସେମଧ୍ୟରୁ ଧୋନି ଚେନ୍ନାଇ ସୁପର କିଙ୍ଗ୍‌ସ ପକ୍ଷରୁ ୧୫୨ ମ୍ୟାଚ୍‌ ଖେଳି ୯୫ ବିଜୟ ପାଇଥିଲା ବେଳେ ୨୦୧୬ରେ ରାଇଜିଂ ପୁନେ ସୁପରଜିଆଣ୍ଟ୍‌ ପକ୍ଷରୁ ୧୪ ମ୍ୟାଚ୍‌ ଖେଳି ୫ ବିଜୟ ପାଇଥିଲେ। ଧୋନି ଚଳିତ ଆଇପିଏଲ୍‌ରେ ଚମତ୍କାର ଖେଳୁଛନ୍ତି। ସେ ଏପର୍ଯ୍ୟନ୍ତ ୭ ମ୍ୟାଚ୍‌ ଖେଳି ୨୧୪ ରନ୍‌ କରିସାରିଲେଣି। ସେମଧ୍ୟରୁ ୩ ଥର ଅପରାଜିତ ମଧ୍ୟ ରହିଛନ୍ତି। ମୋଟାମୋଟି ଭାବେ ଧୋନି ଆ‌ଇପିଏଲ୍‌ରେ ୧୮୨ ମ୍ୟାଚ୍‌ ଖେଳି ୪୧୭୨ ରନ୍‌ କରିଛନ୍ତି। ସେଥିରେ ୨୧ ଅର୍ଧଶତକ (ସିଏସ୍‌କେ ପାଇଁ ୧୯, ଆର୍‌ପିଏସ୍‌ ପାଇଁ ୨) ସାମିଲ ରହିଛି। ୱିକେଟ୍‌ ପଛରେ ଧୋନି ୧୨୧ ସଫଳତା ପାଇଛନ୍ତି।



from ଖେଳ – Sambad http://bit.ly/2IvFzsA

Post a Comment

0Comments
Post a Comment (0)