କୃଷି ପାଇଁ ‘ଟାଇଟ୍’ ଛାତ୍ରଛାତ୍ରୀଙ୍କ ଡ୍ରୋନ୍ ନିର୍ମାଣ

zisanmohammad
0

ଭୁବନେଶ୍ବର: କୋଲକାତାର ଟେକ୍ନୋ ଇଣ୍ଡିଆ ଗ୍ରୁପ୍ ପକ୍ଷରୁ ଖୋର୍ଧାରେ ସ୍ଥାପିତ ଟେମ୍ପଲସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ଡ ଇଞ୍ଜିନିୟରିଂ (ଟାଇଟ୍) କେବଳ ଶିକ୍ଷାଦାନ ନୁହେଁ ଛାତ୍ରଛାତ୍ରୀଙ୍କ ନୂଆ ଉଦ୍ଭାବନ ଉପରେ ମଧ୍ୟ ଗୁରୁତ୍ବ ଦେଉଛି। ୨୦୦୭ ମସିହାରେ ୧୮ ଏକର ପରିମିତ ସ୍ଥାନରେ ପରିବେଶ ଅନୁକୂଳ, ପ୍ରଦୂଷଣମୁକ୍ତ ସ୍ଥାନରେ ଏହି କଲେଜ ସ୍ଥାପନ ହୋଇଛି। ଏହାର କ୍ୟାମ୍ପସ ମଧ୍ୟ ୱାଇ ଫାଇ। ୮୦୦ ଛାତ୍ରଛାତ୍ରୀଙ୍କ ସମେତ କର୍ମଚାରୀମାନଙ୍କ ପାଇଁ କ୍ୟାମ୍ପସ ପରିସରରେ ହଷ୍ଟେଲ ସୁବିଧା ରହିଛି। ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି କଲେଜରେ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ବୈଷୟିକ ଦକ୍ଷତା ବିକାଶ ଉପରେ ଗୁରତ୍ବ ଦିଆଯାଉଛି। କଲେଜର ମେକାନିକାଲ ଇଞ୍ଜିନିୟରିଂ ବିଭାଗ ଶେଷ ବର୍ଷର ୮ ଜଣ ଛାତ୍ର କୃଷି କ୍ଷେତ୍ରରେ ପ୍ରୟୋଗ ପାଇଁ ଏକ କମ୍ ମୂଲ୍ୟର ଡ୍ରୋନ୍ ନିର୍ମାଣ କରିଛନ୍ତି। ବିଭିନ୍ନ ସଂସ୍ଥା ଏବଂ ଅଧ୍ୟାପକମାନେ ଛାତ୍ରଛାତ୍ରୀଙ୍କ ଏହି କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଛନ୍ତି। କଲେଜରେ ହେକ୍ସାଓୟାର ଟେକ୍ନୋଲୋଜିଜ୍, ଏଲ ଆଣ୍ଡ ଟି ଇସିସି, ଏଲ ଆଣ୍ଡ ଟି ଇନଫୋଟେକ, ଇଏସଏସପିଏଲ, ଏଆଇଏ ଗ୍ଲାସ, ଟେକ୍ ମହିନ୍ଦ୍ରା ଏବଂ ଏମ୍ଫାସିସ୍ ଭଳି କମ୍ପାନି କ୍ୟାମ୍ପସ ନିଯୁକ୍ତି ଦେଇଛନ୍ତି। ଭାରତ ସରକାରଙ୍କ ସ୍କିଲ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଏହି କଲେଜରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଦକ୍ଷତା ତାଲିମ ନେଉଛନ୍ତି। ଏହି କଲେଜ ଏଆଇସିଟିଇର ଅନୁମୋଦନ ଲାଭ କରିଥିବାବେଳେ ବିପିୟୁଟି ଅଧୀନରେ ପରିଚାଳନା ହେଉଛି।



from ବାଣିଜ୍ୟ – Sambad http://bit.ly/2VG58eh

Post a Comment

0Comments
Post a Comment (0)