ପିଏନ୍‌ବିର ୧୨୫ତମ ପ୍ରତିଷ୍ଠା ଦିବସ

zisanmohammad
0

ଭୁବନେଶ୍ୱର: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୧୨୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।  ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ମାନସ ସାହୁ ବ୍ୟାଙ୍କର ୧୨୫ତମ ପ୍ରତିଷ୍ଠା ଦିବସର କଳାକୃତି ପ୍ରସ୍ତୁତ କରିଥିଲେ। ବ୍ୟାଙ୍କର ଭୁବନେଶ୍ୱର ମଣ୍ଡଳ କାର୍ଯ୍ୟାଳୟର ମଣ୍ଡଳ ପ୍ରମୁଖ ଗଣପତ ଲାଲ୍ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଭୁବନେଶ୍ୱରରେ ଏକ ଓ୍ୱାକାଥନ୍ ଆୟୋଜନ କରାଯାଇଥିଲା, ଯେଉଁଥିରେବ୍ୟାଙ୍କର ଅଧିକାରୀ, କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀ ସାମିଲ ହୋଇଥିଲେ। ସନ୍ଧ୍ୟାରେ ଇଡ୍‌କଲ୍‌ ଅଡିଟୋରିୟମ୍‌ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ସମାଜର ପ୍ରକାଶକ ନିରଞ୍ଜନ ରଥ ମୁଖ୍ୟ ଅତିଥି ଏବଂ ଓପିଜିସି ଏବଂ ଓଏଚ୍‌ପିସିର ନିର୍ଦେଶକ )ବୟ(ବିତ୍ତ) ପ୍ରଭାକର ମହାନ୍ତି ସମ୍ମାନିଥ ଅତିଥି ଭାବେ ଯୋଗ ଦେଇଥିଲେ।



from ବାଣିଜ୍ୟ – Sambad http://bit.ly/2D7DU91

Post a Comment

0Comments
Post a Comment (0)