ଏଲଆଇସିର ୪୧୫୨ କୋଟି ପ୍ରିମିୟମ୍ ଆୟ

zisanmohammad
0

ଭୁବନେଶ୍ବର: ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ର ପୂର୍ବ କେନ୍ଦ୍ରୀୟ ଜୋନ୍ ୨୦୧୮-୧୯ ଆର୍ଥିକ ବର୍ଷରେ ଉତ୍ତମ ଆର୍ଥିକ ଫଳାଫଳ ହାସଲ କରିଛି। ନିଗମର ଏହି ଜୋନ୍ ରେକର୍ଡ ୪୧୫୨ କୋଟି ଟଙ୍କାର ପ୍ରଥମ ପ୍ରିମିୟମ ଆୟ ସଂଗ୍ରହ କରି ଇତିହାସ ରଚିଛି। ଏକମାତ୍ର ଜୋନ୍ ଭାବେ ଏହା ୪ଟି ଯାକ ମାନଦଣ୍ଡ ଯଥା ନୂଆ ପଲିସି, ସିଙ୍ଗଲ ପ୍ରିମିୟମ, ନିୟମିତ ପ୍ରିମିୟମ ଏବଂ ମୋଟ ପ୍ରଥମ ପ୍ରିମିୟମ ଆୟରେ ସଫଳତା ହାସଲ କରିଛି। ମୋଟ ପ୍ରଥମ ପ୍ରିମିୟମ ଆୟ ଅଭିବୃଦ୍ଧିରେ ଏହି ଜୋନ୍ ସାରା ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି। ଆଲୋଚ୍ୟ ବର୍ଷରେ ଜୋନ୍ ପକ୍ଷରୁ ୧୬,୧୯୧ ଜଣ ନୂଆ ଏଜେଣ୍ଟଙ୍କୁ ନିଯୁକ୍ତି ଦିଆଯାଇଛି। ଜୋନ୍ ମୋଟ ୨୨୨୦୦ଟି ସ୍ବାସ୍ଥ୍ୟ ବୀମା ପଲିସି ଏବଂ ୧୩୪୮୦ଟି ଜୀବନ ଶାନ୍ତି ପଲିସି ବିକ୍ରି କରିଛି।

ଅନ୍ୟପକ୍ଷରେ ଜୋନ୍ ପକ୍ଷରୁ ୨୦୧୮-୧୯ରେ ୩୦,୧୩,୮୦୬ଟି ଦାବି ସମାଧାନ କରାଯାଇ ୧୦,୮୯୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ପଲିସି ବିକ୍ରି କରିବାରେ ଏହି ଜୋନ୍ ଅଧୀନରେ ଥିବା କଟକ ଡିଭିଜନ ସାରା ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି। କଟକ ଡିଭିଜନ ମୋଟ ୫,୧୦,୫୫୪ଟି ପଲିସି ବିକ୍ରି କରିଛି। ବ୍ରହ୍ମପୁର, ପାଟଣା-୨, ମୁଜାଫରପୁର ଏବଂ ଭୁବନେଶ୍ବର ଡିଭିଜନ ସେମାନଙ୍କ ବାର୍ଷିକ ଲକ୍ଷ୍ୟ ହାସଲ କରିଛନ୍ତି। ପ୍ରଥମ ପ୍ରମିୟମ ଆୟରେ କଟକ ଡିଭିଜନ ୬୪୬ କୋଟି ଟଙ୍କା ସହିତ ଜୋନ୍‌ରେ ପ୍ରଥମ ସ୍ଥାନ ହାସଲ କରିଛି। ଏହି ସଫଳତା ପାଇଁ ପୂର୍ବ କେନ୍ଦ୍ରୀୟ ଜୋନ୍‌ର ପ୍ରବନ୍ଧକ ସି ବିକାଶ ରାଓ ସମସ୍ତ ଏଜେଣ୍ଟ, ଡେଭଲପମେଣ୍ଟ ଅଫିସର, କର୍ମଚାରୀ ଏବଂ ଅଧିକାରୀଙ୍କ ସମେତ ପଲିସିଧାରୀମାନଙ୍କୁ ମଧ୍ୟ ଅଭିନନ୍ଦନ ସହ ଧନ୍ୟବାଦ ଜଣାଇଛନ୍ତି।



from ବାଣିଜ୍ୟ – Sambad http://bit.ly/2VIkj6G

Post a Comment

0Comments
Post a Comment (0)