ଦୁଇ ଦିନ ପରେ ବିଶ୍ୱକପ ପାଇଁ ଚୟନ ହେବ ଭାରତୀୟ ଟିମ୍‌, କାର୍ତ୍ତିକ-ଋଷଭଙ୍କ ମଧ୍ୟରୁ କିଏ ପାଇବେ ସ୍ଥାନ?

zisanmohammad
0

ନୂଆଦିଲ୍ଲୀ: ଆଗାମୀ ବିଶ୍ୱକପ୍‌ ପାଇଁ ୨ ଦିନ ପରେ ଅର୍ଥାତ ଏପ୍ରିଲ ୧୫ରେ ଭାରତୀୟ ଟିମ୍‌ ଚୟନ ହେବ। ମାତ୍ର ଟିମ୍‌ ଚୟନ ପୂର୍ବରୁ ଦଳରେ କେଉଁ ଖେଳାଳିଙ୍କୁ ସ୍ଥାନ ମିଳିବ ସେ ନେଇ ସଂଶୟ ଉପୁଜିଛି। ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ନେଇ ୧୫ରୁ ୧୩ ଜଣ ଖେଳାଳିଙ୍କ ଚୟନ ସୁନିଶ୍ଚିତ ହୋଇଥିବା ବେଳେ ଶେଷ ୨ଟି ସ୍ଥାନ ପାଇଁ ୫ ଜଣ ଖେଳାଳି ଦୌଡ଼ରେ ଅଛନ୍ତି। ଏହି ଦୌଡ଼ରେ ଦିନେଶ କାର୍ତ୍ତିକ ମଧ୍ୟ ସାମିଲ ଅଛନ୍ତି। ମାତ୍ର କିଛି ବିଶେଷଜ୍ଞଙ୍କ ପୂର୍ବାନୁମାନ ଅନୁସାରେ ଋଷଭ ପନ୍ତଙ୍କ ଯଦି ବିଶ୍ୱକପ ଟିମରେ ସାମିଲ ହୋଇ ଯାଆନ୍ତି, ଦିନେଶ କାର୍ତ୍ତିକ ବାଦ ପଡିଯିବେ।

ଏବେ ଋଷଭ ପନ୍ତ ଓ ଦିନେଶ କାର୍ତ୍ତିକଙ୍କ ମଧ୍ୟରୁ କାହାକୁ ମିଳିବ ସ୍ଥାନ, ତାହା ସମୟ କହିବ କିନ୍ତୁ ତା’ ପୂର୍ବରୁ ଦକ୍ଷିଣ ଆଫ୍ରିକାର ଜଣାଶୁଣା ଅଲରାଉଣ୍ଡର ଜ୍ୟାକ୍‌ କାଲିସଙ୍କ ଅନୁସାରେ ବିଶ୍ୱକପରେ ଦିନେଶ କାର୍ତ୍ତିକଙ୍କୁ ଭାରତୀୟ ଟିମରେ ସ୍ଥାନ ନ ମିଳିଲେ ଠିକ୍‌ ହେବ ନାହିଁ। ଦିନେଶ କାର୍ତ୍ତିକ ଆଇପିଏଲ-୧୨ରେ କୋଲକାତାର ଅଧିନାୟକ। ଋଷଭ ପନ୍ତ ଦିଲ୍ଲୀ କ୍ୟାପିଟାଲସ ପାଇଁ ଖେଳୁଛନ୍ତି।

କାଲିସ କହିଛନ୍ତି, ମୁଁ କାର୍ତ୍ତିକଙ୍କୁ ଅଭିଜ୍ଞତା ପାଇଁ ଚୟନ କରିବି। ବିଶ୍ୱକପରେ ଆପଣଙ୍କ ଅଭିଜ୍ଞତା ପାଇଁ ଚୟନ କରିବି। ସେ ଜାଣିଛନ୍ତି ଯେ ବିପରୀତ ସମୟରେ କେମିତି ଖେଳାଯିବ। ସେ ଅଧିକ ଡଟ ବଲ ଖେଳି ନଥାନ୍ତି ଏବଂ ତାଙ୍କୁ ଦଳରେ ସାମିଲ ନକରିବା ର୍ଦୁଭାଗ୍ୟଜନକ। ବିଶ୍ୱକପ ଆଗାମୀ ମେ’ ମାସ ୩୦ରୁ ଇଂଲଣ୍ଡରେ ଖେଳାଯିବ।



from ଖେଳ – Sambad http://bit.ly/2Gas9zC

Post a Comment

0Comments
Post a Comment (0)