ବିବାହ ପ୍ରଲୋଭନ ଓ ଦୁଷ୍କର୍ମ ମାମଲା: ‌‌‌‌‌‌‌ଜେଲ୍‌ ଗଲା ଅଭିଯୁକ୍ତ

zisanmohammad
0

ଖଣ୍ଡଗିରି:ମହିଳାଙ୍କୁ ବିବାହ ପ୍ରଲୋଭନ ଦେଖାଇ ବାରମ୍ବାର ଦୁଷ୍କର୍ମ ଓ ପରେ ପ୍ରତାରଣା କରିବା ଅଭିଯୋଗରେ ଅଟକ ଥିବା ଅଭିଯୁକ୍ତକୁ ଖଣ୍ଡଗିରି ଥାନା ପୁଲିସ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଜଣଙ୍କ ହେଲେ, ନୂଆପଲ୍ଲୀ ଅଞ୍ଚଳରେ ରହୁଥିବା ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଘୋରଡ଼ିଆର ଆର୍ସାଦ୍ ଖାଁ(୨୫)। ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ସୂଚନାନୁସାରେ, ଆର୍ସାଦ୍ ନୂଆପଲ୍ଲୀ ଅଞ୍ଚଳରେ ଏକ ଚିକେନ୍ କାଉଣ୍ଟରରେ ମାଂସ କଟାଳି ଭାବେ କାମ କରେ। ଆଇଆର୍‌ସି ଭିଲେଜ୍ ଅଟୋ ଷ୍ଟାଣ୍ଡ କଲୋନି(ବସ୍ତି)ରେ ରହୁଥିବା ରାୟଗଡ଼ା ଜିଲ୍ଲାର ଜଣେ ମହିଳାଙ୍କ ସହ ତା’ର ପରିଚୟ ହୋଇଥିଲା। କିଛି ବର୍ଷ ହେଲା ମହିଳାଜଣଙ୍କ ତାଙ୍କ ନିଜ ସ୍ବାମୀ, ପିଲା ଛୁଆଙ୍କୁ ରାୟଗଡ଼ାରେ ଛାଡ଼ି ପରିବାରଠାରୁ ଅଲଗା ହୋଇ ଭୁବନେଶ୍ବରରେ ଏକାକୀ ରହୁଛନ୍ତି। ଚିକେନ୍ କିଣାକିଣିରୁ ଆର୍ସାଦ୍‌ ସହ ତାଙ୍କର ସମ୍ପର୍କ ବଢ଼ିଥିଲା ଓ ପରେ ତାହା ପ୍ରେମର ରୂପ ନେଇଥିଲା। ଏମିତିକି ପରେ ସେମାନେ ବିବାହ କରିବେ ବୋଲି ନିଷ୍ପତ୍ତି ନେଇ ସାରିଥିଲେ। କିନ୍ତୁ ହଠାତ୍ କିଛି ଦିନ ପରେ ଆର୍ସାଦ ମହିଳାଙ୍କଠାରୁ ଦୂରେଇ ରହିଲେ ଓ ଆଉ ପୂର୍ବଭଳି ଧରାଛୁଆଁ ଦେଲେ ନାହିଁ। ତେଣୁ ପ୍ରତାରଣାର ଶିକାର ହୋଇଥିବା ଅଭିଯୋଗ କରି ମହିଳାଜଣଙ୍କ ଖଣ୍ଡଗିରି ଥାନା ପୁଲିସର ଦ୍ବାରସ୍ଥ ହୋଇଥିଲେ। ଆଜି ଉଭୟଙ୍କ ଡାକ୍ତରୀମାଇନା କରାଯିବା ପରେ ଆର୍ସାଦକୁ କୋର୍ଟଚାଲାଣ କରାଯାଇଥିଲା। କୋର୍ଟରେ ମହିଳାଙ୍କ ବୟାନ୍ ରେକର୍ଡ କରାଯାଇଥିଲା।



from ଅପରାଧ – Sambad http://bit.ly/2GkZhpu

Post a Comment

0Comments
Post a Comment (0)