ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ କୋଟିଏ ଟଙ୍କା ଠକେଇ

zisanmohammad
0

ଭୁବନେଶ୍ବର: କଟକସ୍ଥିତ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ କୋଟିଏ ଟଙ୍କା ଠକେଇ ଅଭିଯୋଗରେ ଆଜି ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) କେତେକ ଅଭିଯୁକ୍ତଙ୍କୁ ଅଟକ ରଖିଛି। ସୂଚନା ମୁତାବକ, କିଛି ବର୍ଷ ତଳେ ଅଭିଯୁକ୍ତମାନେ ଜାଲ୍‌ କାଗଜପତ୍ର ବଳରେ ବ୍ୟାଙ୍କରୁ ବିଭିନ୍ନ ସ୍କିମ୍‌ରେ କୋଟି କୋଟି ଟଙ୍କା ଋଣ କରିଥିଲେ। ପରବର୍ତ୍ତୀ ସମୟରେ ଋଣ ବାବଦକୁ କିସ୍ତି ଦେଇ ନଥିଲେ କି ଋଣ ପରିଶୋଧ କରି ନଥିଲେ। ଯାହାକୁ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ସନ୍ଦେହ ହୋଇଥିଲା। ଅଭିଯୁକ୍ତମାନେ ବ୍ୟାଙ୍କରେ ଦେଇଥିବା କାଗତପତ୍ର ଯାଞ୍ଚ କରିବାରୁ ଏଥିରେ ଜାଲିଆତି ହୋଇଥିବା ଜଣାପଡ଼ିଥିଲା। ଏ ‌ନେଇ ବ୍ୟାଙ୍କ ପକ୍ଷରୁ ଇଓଡବ୍ଲ୍ୟୁରେ ଅଭିଯୋଗ କରାଯାଇଥିଲା। ଇଓଡବ୍ଲ୍ୟୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ଇଓଡବ୍ଲ୍ୟୁ କଟକର କେତେକ ସ୍ଥାନରେ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା।



from ଅପରାଧ – Sambad http://bit.ly/2IumF5x

Post a Comment

0Comments
Post a Comment (0)