ଆଇପିଏଲ୍‌: ଦିଲ୍ଲୀକୁ ୧୭୯ ରନ୍‌ ଟାର୍ଗେଟ ଦେଲା କୋଲକାତା

zisanmohammad
0

କୋଲକାତା: ଶୁଭମନ ଗିଲ୍‌ଙ୍କ ଅର୍ଦ୍ଧଶତକ (୬୫ ରନ୍‌, ୩୯ ବଲ, ୭ ଚୌକା, ୨ ଛକା) ଓ ଆନ୍ଦ୍ରେ ରସଲଙ୍କ ବିସ୍ଫୋରକ ବ୍ୟାଟିଂ (୨୧ ବଲ୍‌ରୁ ୪୫ ରନ୍‌) ବଳରେ କୋଲକାତା ନାଇଟ୍‌ ରାଇଡର୍ସ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ ହରାଇ ୧୭୮ ରନ୍‌ କରିଛି। ଫଳରେ ଦିଲ୍ଲୀକୁ ୧୭୯ ରନ୍‌ ଟାର୍ଗେଟ ମିଳିଛି। ଦିଲ୍ଲୀ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ଐତିହାସିକ ଇଡେନ୍‌ ଗାର୍ଡେନରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୧୯ର ୨୬ତମ ମ୍ୟାଚରେ କୋଲକାତା ଇନିଂସର ପ୍ରଥମ ବଲରେ ଓ୍ଵିକେଟ ହରାଇଥିଲା। ମାତ୍ର ଦ୍ୱିତୀୟ ଓ୍ଵିକେଟ ବେଳକୁ ୮.୪ ଓଭରରେ ୬୩ ରନ୍‌ କରିଥିଲା। ସେହିପିର ୩ୟ ଓ୍ଵିକେଟରେ କୋଲକାତା ୩୦ ରନ୍‌ ସଂଗ୍ରହ କରିଥିଲା। କୋଲକାତା ପ୍ରଥମ ଓ୍ଵିକେଟ ଭାବରେ ଜୋଏ ଡେନଲି, ଦ୍ୱିତୀୟ ଓ୍ଵିକେଟରେ ରବିନ ଉଥାପା ଓ ୩ୟ ଓ୍ଵିକେଟରେ ନୀତିଶ ରାଣା ଆଉଟ୍‌ ହୋଇଥିଲେ।

ଦିଲ୍ଲୀ ୪ର୍ଥ ଓ୍ଵିକେଟ ଭାବରେ ସ୍କୋର ୧୧୫ ରନ୍‌ରେ ଶୁଭମନ ଗିଲ, ୫ମ ଓ୍ଵିକେଟ ୧୨୨ ରନ୍‌ରେ ଭାବରେ ଦିନେଶ କାର୍ତ୍ତିକ, ୬ଷ୍ଠ ଓ୍ଵିକେଟରେ ୧୬୧ ରନ୍‌ରେ ରସଲ ଆଉଟ୍‌ ହୋଇଥିଲେ। ସ୍କୋର ୧୭୧ ରନ୍‌ରେ ୭ମ ଓ୍ଵିକେଟର ବିପର୍ଯ୍ୟୟ ଘଟିଥିଲା। କ୍ରିସ ମୋରିସ, କାଗିସୋ ରାବାଡା, କିମୋ ପଲ ୨-୨ ଓ୍ଵିକେଟ ନେଇଥିବା ବେଳେ ଈଶାନ୍ତ ଶର୍ମା ଗୋଟିଏ ଓ୍ଵିକେଟ ନେଇଥିଲେ।



from ଖେଳ – Sambad http://bit.ly/2G9iFV7

Post a Comment

0Comments
Post a Comment (0)