ନିଜ ଜନ୍ମକଲା ପିଲାଙ୍କ ସହ ଉଚିତ ବ୍ୟବହାର ଦେଖାଉ ନଥିବା କାରଣରୁ ଦମ୍ପତିଙ୍କୁ ୨୫ ବର୍ଷ ଜେଲ୍‌ ଦଣ୍ଡାଦେଶ

zisanmohammad
0

ଓ୍ଵାଶିଂଟନ: ନିଜ ପିଲାଙ୍କୁ ଉଚିତ ବ୍ୟବହାର ଦେଖାଇନଥିବା କାରଣରୁ ଆମେରିକାର ଏକ ଦମ୍ପତିଙ୍କୁ ୨୫ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। ଦମ୍ପତି କାଲିଫର୍ଣ୍ଣିାଆରେ ଥିବା ନିଜ ବାସଭବନରେ ସେମାନଙ୍କ ପିଲାମାନଙ୍କୁ ୨୫ ବର୍ଷ ହେଲା ବନ୍ଦୀ କରି ରଖିଥିଲେ ବୋଲି ଅଭିଯୋଗ ହୋଇଥିଲା। କୋର୍ଟ ଏହି ମାମଲାର ବିଚାର କରି ଦମ୍ପତିଙ୍କୁ  ଏପରି ଦଣ୍ଡାଦେଶ ଶୁଣାଇଛନ୍ତି।

ବାପାମାଆଙ୍କୁ ଦଣ୍ଡାଦେଶ ହେବା ପରେ ସେମାନଙ୍କର ଜଣେ ଝିଅ କହନ୍ତି, ‘ମୋ ବାପାମାଆ ମୋର ପୂରା ଜୀବନ ମୋ ଠାରୁ ଛଡ଼େଇ ନେଇଛନ୍ତି। ମାତ୍ର ଏବେ ମୁଁ ମୋ ଜୀବନକୁ ଫେରି ପାଇଛି।’

ଦମ୍ପତିଙ୍କୁ ଗତ ବର୍ଷ ଗିରଫ କରାଯାଇଥିଲା। ସେମାନଙ୍କର ସମୁଦାୟ ୧୧୩ ଜଣ ପିଲା। ସେମାନଙ୍କ ୧୩ ପିଲାଙ୍କ ଭିତରୁ ୨୯ ବର୍ଷିଅ ଜଣେ ପିଲା ନିଜ ଘରୁ ଖସି ପଳାଇ ଆସିବାରେ ସମର୍ଥ ହୋଇଥିଲେ। ସେ ବାହାରକୁ ଆସି ନିଜ ବାପାମାଆଙ୍କ ନାମରେ ପୁଲିସ୍‌ ଅଭିଯୋଗ କରିବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲା।



from ଅପରାଧ – Sambad http://bit.ly/2PikDa3

Post a Comment

0Comments
Post a Comment (0)