
ବାଲେଶ୍ୱର: ରବିବାର ସକାଳ ପ୍ରାୟ ୭: ୩୦ରେ ଖନ୍ତାପଡ଼ା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଶେରଗଡ଼ ଫାଣ୍ଡି ନିକଟରେ ଗୋଟାଏ ଟ୍ରଲର୍ ଟ୍ରକ୍ ପଛରେ ଧକ୍କା ଖାଇ ଜଣେ ବୁଲେଟ୍ ମଟରସାଇଲେ୍ ଆରୋହୀଙ୍କର ମୃତ୍ୟୁ ଘଟିଛି।
ମୃତ ବୁଲେଟ୍ ଚାଳକ ହେଉଛନ୍ତି ଭଦ୍ରକ ଜିଲ୍ଲା ଅନ୍ତର୍ଗତ ପଥରଗୋଡ଼ି ଗ୍ରାମର ମୁକ୍ତିକାନ୍ତ ସାମନ୍ତଙ୍କ ୩୦ ବର୍ଷିୟ ପୁତ୍ର ସୌମ୍ୟରଞ୍ଜନ। ଆଜି ସକାଳେ ସୌମ୍ୟରଞ୍ଜନ ବୁଲେଟ୍ ମଟରସାଇକେଲ୍ ଚଳାଇ ବାଲେଶ୍ୱରରୁ ଭଦ୍ରକ ଯାଉଥିବା ବେଳେ ଗୋଟାଏ ଚଳନ୍ତା ଟ୍ରଲର୍ ପଛରେ ଧକ୍କା ଦେଇ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ। ତାଙ୍କ ମୁଣ୍ଡରେ ସାଙ୍ଘାତିକ ଆଘାତ ଲାଗିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ପୁଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।
from ଜିଲ୍ଲା – Sambad http://bit.ly/2DoJfsN