ଲୋରେଟ୍‌ କପ୍‌ରେ ଆର୍ଯ୍ୟନ୍‌ଙ୍କ ସଫଳତା

zisanmohammad
0

ଭୁବନେଶ୍ବର: ଓଡ଼ିଶାର ଆର୍ଯ୍ୟନ୍‌ ବ୍ରାହ୍ମିନ୍‌ ସ୍ପେନ୍‌ରେ ୧୩ରୁ ୧୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ଲୋରେଟ୍‌ କପ୍‌ ହ୍ୟାଣ୍ଡ୍‌ବଲ୍‌ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଭାରତକୁ ମିଶାଇ ମୋଟ ୧୬ ଦଳ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଭାରତ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ପଦକରୁ ବଞ୍ଚିତ ରହିଥିଲା। କିନ୍ତୁ ଏହି ପ୍ରତିଯୋଗିତାରେ ବ୍ୟକ୍ତିଗତ ଭାବେ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିବା ଆର୍ଯ୍ୟନ୍‌ଙ୍କୁ ଏକ ପଦକ ପ୍ରଦାନ କରାଯାଇ ସମ୍ବର୍ଧିତ କରାଯାଇଥିଲା। ସେ ପ୍ରଥମ ଓଡ଼ିଆ ଭାବେ ଗତ ୨ ବର୍ଷ ଧରି ଭାରତୀୟ ଦଳରୁ ପ୍ରତିନିଧିତ୍ବ କରି ଆସୁଛନ୍ତି। ସ୍ପେନ୍‌ରୁ ପ୍ରତ୍ୟାବର୍ତନ ପରେ ଗତକାଲି (ଶୁକ୍ରବାର) ଭୁବନେଶ୍ବର ବିମାନବନ୍ଦରରେ ଅନେକ କ୍ରୀଡ଼ା ବ୍ୟକ୍ତିତ୍ବ ଆର୍ଯ୍ୟନ୍‌ଙ୍କୁ ସମ୍ବର୍ଧିତ କରିଥିଲେ। ଫୁଲନଖରାସ୍ଥିତ ଡିପିଏସ୍‌ କଳିଙ୍ଗର ଦଶମ ଶ୍ରେଣୀ ଛାତ୍ର ଆର୍ଯ୍ୟନ୍‌ ଏହି ସଫଳତା ଯୋଗୁଁ ନିଜ ବିଦ୍ୟାଳୟ ସମେତ ଓଡ଼ିଶା ହ୍ୟାଣ୍ଡ୍‌ବଲ୍‌ ସଂଘ ପାଇଁ ଗୌରବ ଆଣି ଦେଇଛନ୍ତି। ସେଥିପାଇଁ ରାଜ୍ୟ ସଂଘର ସଭାପତି ସୟଦ୍‌ ମକ୍‌ବୁଲ ଅଲ୍ଲୀ ଓ ସଂପାଦକ ବୀରେନ୍ ବେହେରା ଆର୍ଯ୍ୟନ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ପୂର୍ବରୁ ଆର୍ଯ୍ୟନ୍‌ ଗତବର୍ଷ ଲଣ୍ଡନରେ ଆୟୋଜିତ କନିଷ୍ଠ ବାଳକ (୧୬ ବର୍ଷରୁ କମ୍‌) ପ୍ରତିଯୋଗିତାରେ ମଧ୍ୟ ଭାରତୀୟ ଦଳରୁ ପ୍ରତିନିଧିତ୍ବ କରିଥିଲେ।



from ଖେଳ – Sambad http://bit.ly/2UxVbOA

Post a Comment

0Comments
Post a Comment (0)