ନିର୍ବାଚନୀ ହିଂସାରେ ବିଜେଡି ରେକର୍ଡ କଲାଣି

zisanmohammad
0

ଭୁବନେଶ୍ବର : ଚଳିତ ନିର୍ବାଚନରେ ରାଜନୈତିକ ହିଂସା ସୃଷ୍ଟି କରିବାରେ ବିଜେଡି ରେକର୍ଡ କଲାଣି ବୋଲି ବିଜେପି ଅଭିଯୋଗ କରିଛି। ବିଜେପିର ଏକ ପ୍ରତିନିଧି ଦଳ ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ନିକଟରେ ଫେରାଦ ହୋଇଛନ୍ତି। ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଯାଇଥିବା ଏହି ପ୍ରତିନିଧି ଦଳ ସିଇଓଙ୍କୁ ପ୍ରଦାନ କରିଥିବା ଦାବିପତ୍ରରେ ଦର୍ଶାଇଛନ୍ତି, ରାଜ୍ୟରେ ନିର୍ବାଚନ ଚାଲିଥିବା ସମୟରେ ହିଂସାତ୍ମକ ବାତାବରଣ ସୃଷ୍ଟି କରି ବିଭିନ୍ନ ହତ୍ୟା, ମରଣାନ୍ତକ ଆକ୍ରମଣ, ବୁଥ୍‌ ରିଗିଂ ଓ କ୍ୟାପ୍‌ଚରିଂରେ ବିଜେଡି ଓଡ଼ିଶାରେ ନୂଆ ଇତିହାସ ରଚୁଛି। ବିଜେଡିର ଗୁଣ୍ଡାମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ରାଜ୍ୟରେ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବାକୁ ସିଇଓଙ୍କ ନିକଟରେ ବିଜେପି ଦାବି କରିଛି। ପ୍ରତିନିଧି ଦଳରେ ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ଜୟନ୍ତ ଜେନା ଓ ସୋନାଲି ସାହୁ ପ୍ରମୁଖ ସାମିଲ ହୋଇଥିଲେ।



from ରାଜନୀତି – Sambad http://bit.ly/2IMflCu

Post a Comment

0Comments
Post a Comment (0)