ଜଟିଳ ବୁଥ୍‌ରେ କଡ଼ା ନିରାପତ୍ତା ପାଇଁ ଦାବି

zisanmohammad
0

ଭୁବନେଶ୍ବର : ଭୋଟ୍‌ବେଳେ ହି˚ସାକାଣ୍ତ, ରିଗି˚, ଭୋଟ୍‌ ଜାଲିଆତି ଓ ଅନ୍ୟାନ୍ୟ ବିଶୃଙ୍ଖଳାକୁ ଏଡ଼ାଇବା ଲାଗି ଜଟିଳ ବା ସମ୍ବେଦନଶୀଳ ବୁଥ୍‌ ଚିହ୍ନଟ ପାଇଁ ଭାରତର ନିର୍ବାଚନ କମିସନ୍‌ଙ୍କ ସ୍ପଷ୍ଟ ମାର୍ଗଦର୍ଶିକା ବଳବତ୍ତର ରହିଛି। ତଦନୁଯାୟୀ କେନ୍ଦୁଝର ଜିଲ୍ଲାର ସମସ୍ତ ନିର୍ବାଚନମଣ୍ତଳୀ ଓ ବିଶେଷକରି ଘସିପୁରା ବିଧାନସଭା କ୍ଷେତ୍ରର ଜଟିଳ ବୁଥ୍‌ଗୁଡ଼ିକୁ ଚିହ୍ନଟ କରି କଠୋର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ସଚେତନ ଭୋଟରମାନେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଏବ˚ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ନିର୍ବାଚନ କମିସନ୍‌ଙ୍କ ମାର୍ଗଦର୍ଶିକା ଅନୁଯାୟୀ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ଜିଲ୍ଲା ନିର୍ବାଚନ ଅଧିକାରୀମାନେ ଯଥେଷ୍ଟ ପୂର୍ବରୁ ଜଟିଳ ବୁଥ୍‌ଗୁଡ଼ିକୁ ଚିହ୍ନଟ କରିବା ପାଇଁ ୭ ସୂତ୍ରୀ ବିଶିଷ୍ଟ ନିର୍ଦ୍ଦେଶାବଳୀ ଅନୁସରଣ କରିବେ। ଚିହ୍ନଟ ଜଟିଳ ବୁଥ୍‌ଗୁଡ଼ିକରେ ଆଗୁଆ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରିବେ। ମାର୍ଗଦର୍ଶିକାରେ ଥିବା ପ୍ରମୁଖ ନିର୍ଦ୍ଦେଶ ଅନୁଯାୟୀ ଗତ ନିର୍ବାଚନରେ ଯେଉଁ ବୁଥ୍‌ଗୁଡ଼ିକରେ ମତଦାନ ୭୫%ରୁ ଅଧିକ ହୋଇଥିବ ଓ ସେଥିରୁ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କ ସପକ୍ଷରେ ୭୫% କିମ୍ବା ତତୋଧିକ ଭୋଟ୍‌ ଯାଇଥିବ, ସେଗୁଡ଼ିକ ଜଟିଳ ବୁଥ୍‌ ଭାବେ ପରିଗଣିତ ହେବ। ସମ୍ପୃକ୍ତ ଜଟିଳ ବୁଥ୍‌ରେ ନିର୍ବାଚନ ଅଧିକାରୀ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରିବେ। ମାର୍ଗଦର୍ଶିକା ଅନୁଯାୟୀ ଚିହ୍ନଟ ହୋଇଥିବା ଜଟିଳ ବୁଥ୍‌ଗୁଡ଼ିକରେ ମତଦାନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ଯାଏ ଆବଶ୍ୟକ ସ˚ଖ୍ୟକ କ୍ଲୋଜ୍‌ ସର୍କିଟ୍‌ ଭିଡ଼ିଓ କ୍ୟାମେରା କିମ୍ବା ଡିଜିଟାଲ କ୍ୟାମେରା କାର୍ଯ୍ୟକ୍ଷମ ରହିବ। ଏଥିପାଇଁ ପୂର୍ବ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସରଣ କରାଯିବ। ବୁଥ୍‌ ପରିସରରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ମୁତୟନ ରହିବେ। ବିଧି ଅନୁଯାୟୀ ପ୍ରିଜାଇଡ଼ି˚ ଅଫିସର ଭୋଟରଙ୍କ ପରିଚୟ ପତ୍ର ଯାଞ୍ଚ କରି ମତଦାନ ପାଇଁ ଅନୁମତି ଦେବେ। ସେଥିରେ ତ୍ରୁଟି-ବିଚ୍ୟୁତି ଥିଲେ, ତାହାକୁ ନିର୍ଦ୍ଦିଷ୍ଟ ସ୍ତମ୍ଭରେ ଉଲ୍ଲେଖ କରିବେ। ଚିହ୍ନଟ ଜଟିଳ ବୁଥ୍‌ର ତାଲିକାକୁ ନିର୍ବାଚନ ଅଧିକାରୀ ଆଗୁଆ କେନ୍ଦ୍ରୀୟ ବାହିନୀର କମାଣ୍ତାଣ୍ଟଙ୍କୁ ପ୍ରଦାନ କରି ଭୋଟ୍‌ ଦିବସ ପୂର୍ବରୁ ନିରାପତ୍ତା ବ୍ୟବସ୍ଥା ଅନୁଧୢାନ କରିବେ। ଅବାଧ ନିର୍ବାଚନ ପାଇଁ ବିଶେଷକରି ସ୍ପର୍ଶକାତର ଘସିପୁରା ବ୍ଲକ୍‌ରେ ଥିବା ଜଟିଳ ବୁଥ୍‌ଗୁଡ଼ିକରେ ଉପରୋକ୍ତ ପ୍ରତିଷେଧକ ବ୍ୟବସ୍ଥା ଅପରିହାର୍ଯ୍ୟ ବୋଲି ସଚେତନ ଭୋଟରମାନେ ଦାବି କରିଛନ୍ତି।



from ରାଜନୀତି – Sambad http://bit.ly/2ILnF5u

Post a Comment

0Comments
Post a Comment (0)