୧୯ ବର୍ଷରୁ କମ୍‌ ମହିଳା ଦିନିକିଆ, ରଶ୍ମିତା, ପୁନମ୍‌, ସ୍ବିଟ୍‌ଙ୍କ ଅର୍ଧଶତକରେ ଓଡ଼ିଶା ବିଜୟୀ

zisanmohammad
0

କଟକ: ରଶ୍ମିତା ଚିନ୍ନାରା, ସ୍ବିଟ ବେଉରାଙ୍କ ଅର୍ଧଶତକୀୟ ପାଳି ସହ ପୁନମ୍‌ ନାୟକଙ୍କ ଅଲ୍‌ରାଉଣ୍ତ ପ୍ରଦର୍ଶନ ବଳରେ ମାରଗାଓ କ୍ରିକେଟ କ୍ଲବ୍‌ ପଡ଼ିଆରେ ଅନୁଷ୍ଠିତ ୧୯ ବର୍ଷରୁ କମ୍‌ ମହିଳା ଦିନିକିଆ କ୍ରିକେଟ୍‌ରେ ଓଡ଼ିଶା ବିଜୟୀ ହୋଇଛି। ମ୍ୟାଚ୍‌ର ଓଡ଼ିଶା ୧୩୦ ରନ୍‌ରେ ଗୁଜୁରାଟକୁ ହରାଇଛି। ଏହି ବିଜୟ ସହ ଓଡ଼ିଶା ଲଗାତର ପଞ୍ଚମ ମ୍ୟାଚ୍‌ରେ ବିଜୟୀ ହୋଇ ଏଲିଟ୍‌ ଗ୍ରୁପ୍‌ ସି’ର ଶୀର୍ଷ ସ୍ଥାନ ବଜାୟ ରଖିଛି। ଟସ୍‌ ଜିତିଥିବା ଓଡ଼ିଶା ନିର୍ଧାରିତ ଓଭରରେ ୫ ଵିକେଟ୍ ବିନିମୟରେ ୨୨୫ ରନ୍‌ କରିଥିଲା। ରଶ୍ମିତା ୬୨, ପୁନମ୍‌ ୫୦ ଓ ସ୍ବିଟ ୫୫ ରନ୍‌ କରିଥିଲେ। ଗୁଜୁରାଟର ତନୟା ପଟେଲ ୩ ଵିକେଟ୍ ଅକ୍ତିଆର କରିଥିଲେ। ତେବେ ବ୍ୟାଟି˚ ବିପର୍ଯ୍ୟୟର ଶିକାର ହୋଇ ଗୁଜୁରାଟ ୯୫ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ବିଜୟୀ ଦଳ ପାଇଁ ପୁନମ୍‌ ୩, କଳ୍ପନା ନାୟକ, ଶୁଭ୍ର ନିର୍ଝରିଣୀ ସ୍ବାଇଁ ଓ ଇନ୍ଦ୍ରାଣୀ ଛତ୍ରିଆ ଗୋଟିଏ ଲେଖାଏଁ ଵିକେଟ୍‌ ନେଇଥିଲେ।



from ଖେଳ – Sambad https://ift.tt/2E1YeIB

Post a Comment

0Comments
Post a Comment (0)