ମାଧୁରୀଙ୍କ ଅର୍ଧଶତକ, ଓଡ଼ିଶାର ବିଜୟ ଅଭିଯାନ

zisanmohammad
0

କଟକ: ପୁଡୁଚେରୀରେ ଆରମ୍ଭ ହୋଇଥିବା ମହିଳା ଟ୍ବେଣ୍ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ବିଜୟୀ ହୋଇଛି। ଏହି ମ୍ୟାଚ୍‌ରେ ଓଡ଼ିଶା ୩୧ ରନ୍‌ରେ ସୌରାଷ୍ଟ୍ରକୁ ହରାଇଛି। ଟସ୍‌ ଜିତିଥିବା ଓଡ଼ିଶା ମାଧୁରୀ ମେହେଟ୍ଟାଙ୍କ ୫୧ ରନ୍‌ ସହାୟତାରେ ୧୦୪ ରନ୍‌ କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ମଧୁସ୍ମିତା ବେହେରା ୧୪, ଅଞ୍ଜଳି ସି˚ହ ୧୦, ପ୍ରଜ୍ଞାପାରମିତା ମହାନ୍ତି ୧୭ ରନ୍‌ ଯୋଡ଼ିଥିଲେ। ତେବେ ସୌରାଷ୍ଟ୍ର ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୯ ଵିକେଟ୍‌ ବିନିମୟରେ ୭୩ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଏନ୍‌ ଚାଭ୍‌ଦା ୨୩ ରନ୍‌ କରିଥିଲା ବେଳେ ଓଡ଼ିଶା ପାଇଁ ସୁଶ୍ରୀ ଦିବ୍ୟଦର୍ଶିନୀ ୪, ସୁଜାତା ମଲ୍ଲିକ, ରୀମାଲକ୍ଷ୍ମୀ ଏକ୍କା, ପ୍ରିୟଙ୍କା ପ୍ରିୟଦର୍ଶିନୀ ଗୋଟିଏଜ ଲେଖାଏଁ ଵିକେଟ୍‌ ଅକ୍ତିଆର କରିଥିଲେ। ଗୁରୁବାର ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍‌ରେ ପଣ୍ତିଚେରୀକୁ ଭେଟିବ।



from ଖେଳ – Sambad https://ift.tt/2SNwhP7

Post a Comment

0Comments
Post a Comment (0)