
କଟକ: ଓଡ଼ିଶା କୁସ୍ତି ସ˚ଘ ଓ ସର୍ବଭାରତୀୟ କୁସ୍ତି ମହାସ˚ଘର ମିଳିତ ଆନୁକୂଲ୍ୟରେ ଜବାହରଲାଲ୍ ନେହେରୁ ଇଣ୍ତୋର ଷ୍ଟାଡିୟମରେ ଚାଲିଥିବା ଜାତୀୟ ଉପ କନିଷ୍ଠ କୁସ୍ତି ପ୍ରତିଯୋଗିତା ବୁଧବାର ଉଦ୍ଯାପିତ ହୋଇଛି। ପ୍ରତିଯୋଗିତାରେ ଏକାକି ଆଧିପତ୍ୟ ବିସ୍ତାର କରିଥିବା ହରିୟାଣା ଶେଷ ଦିନରେ ମଧ୍ୟ ବାଳକ ଫ୍ରି ଷ୍ଟାଇଲ୍ରେ ଦଳଗତ ବିଜେତା ହୋଇଛି। ଶେଷ ଦିନ ହରିୟାଣା ୮ ପଦକ ପାଇଥିଲା ବେଳେ ଦିଲ୍ଲୀ ୧୧ ମହାରାଷ୍ଟ୍ର ୬ ପଦକ ଜିତିଛି। ତେବେ ହରିୟାଣା ୧୭ ସ୍ବର୍ଣ୍ଣ ସହ ମୋଟ ୩୬ ପଦକ ଜିତି ସବୁଠୁ ଆଗରେ ରହିଛି। ଶେଷ ଦିନ ବାଳକ ଫ୍ରି ଷ୍ଟାଇଲ୍ର ୪୫ କିଗ୍ରାରେ ହରିୟାଣାର ଆକାଶ, ୪୮କିଗ୍ରାରେ ହରିୟାଣାର ଉଦିତ୍, ୫୧ କିଗ୍ରାରେ ଦିଲ୍ଲୀର ସୁନୀଲ, ୫୫ କିଗ୍ରାରେ ହରିୟାଣାର ଅମନ, ୬୦ କିଗ୍ରାରେ ଗୁଜୁରାଟର ସୁଧୀର ଜଟ୍, ୬୫ କିଗ୍ରାରେ ମଧ୍ୟପ୍ରଦେଶର ରାଜବୀର ବେନ୍, ୭୧ କିଗ୍ରାରେ ହରିୟାଣାର ରାହୁଲ, ୮୦ କିଗ୍ରାରେ ମହାରାଷ୍ଟ୍ରର ଭିଠଲ୍, ୯୨ କିଗ୍ରାରେ ଉତ୍ତରପ୍ରଦେଶର ଗୋବିନ୍ଦ କୁମାର, ୧୧୦ କିଗ୍ରାରେ ଦିଲ୍ଲୀର ଅନିରୁଦ୍ଧ କୁମାର ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଓଡ଼ିଶାର ସମସ୍ତ ପ୍ରତିଯୋଗୀ ପ୍ରଥମ ରାଉଣ୍ତରୁ ହିଁ ବିଦାୟ ନେଇଥିଲେ।
ଉଦ୍ଯାପନୀ କାର୍ଯ୍ୟକ୍ରମରେ କ୍ରୀଡ଼ା ବିଭାଗ ଯୁଗ୍ମ ସଚିବ ମନୋଜ କୁମାର ପାଢୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜରୁରୀକାଳିନ ଅଧିକାରୀ ପ୍ରବୋଧ କୁମାର ରାଉତ, ପିଏସ୍ୟୁ ବ୍ୟାଙ୍କର ଲିଡ୍ ମ୍ୟାନେଜର ଅତୁଲ୍ୟ ପଟ୍ଟନାୟକ, ସ˚ଗଠନ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ, ରାଜ୍ୟ ସ˚ଘ ସଭାପତି ରାମଚନ୍ଦ୍ର ପାଢୀ, ସମ୍ପାଦକ ବିନୋଦ ଦାସ ଅତିଥି ଭାବେ ଯୋଗଦେଇଥିଲେ। କିଶୋର ବେହେରା, ଲକ୍ଷ୍ମୀପ୍ରସାଦ ପଟ୍ଟନାୟକ, ସନ୍ତୋଷ କୁମାର ଦାଶ, ବିରଜା ପ୍ରସାଦ ଦାସ, ଦେବାଶିଷ ଘୋଷ, ଭାରତ ଭୂଷଣ ସ୍ବାଇଁ, ନାରାୟଣ ନାୟକ, ଅମିତ କୁମାର ସାହୁ, ହରିପ୍ରସାଦ ପଟ୍ଟନାୟକ, କାଳନ୍ଦୀ ମାଳିଆ, ପ୍ରଶାନ୍ତ କୁମାର ଭୋଇ, ବିପିନ୍ ବିହାରୀ ମହାନ୍ତି, କୃଷ୍ଣଚନ୍ଦ୍ର ମଲ୍ଲିକ, ଶୈଳେନ୍ଦ୍ର ସାହୁ ପ୍ରମୁଖ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ।
from ଖେଳ – Sambad https://ift.tt/2SPZGbq