ରିଅଲ ଇଷ୍ଟେଟ୍‌ ଜିଏସ୍‌ଟି ହ୍ରାସ ନିଷ୍ପତ୍ତି ଟଳିଲା

zisanmohammad
0

ନୂଆଦିଲ୍ଲୀ: ଜିଏସ୍‌ଟି ପରିଷଦ ବୈଠକରେ ରିଅଲ ଇଷ୍ଟେଟ୍‌କୁ ଜିଏସ୍‌ଟି ରିହାତି ପ୍ରଦାନ କରିବା ସମ୍ପର୍କିତ ନିଷ୍ପତ୍ତି ହୋଇପାରିନାହିଁ। ଲଟେରି ସମ୍ପର୍କିତ ନିଷ୍ପତ୍ତି ମଧ୍ୟ ହୋଇନାହିଁ। ‌ପରିଷଦର ବୈଠକ ଶେଷ ହେବା ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ସୂଚନା ଦେଇ କହିଛନ୍ତି ଯେ, ରିଟର୍ଣ୍ଣ ଫାଇଲିଂ ଅବଧିକୁ ସବୁ ରାଜ୍ୟ ନିମନ୍ତେ ଫେବ୍ରୁଆରି ୨୨ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଜାମ୍ମୁ ଓ କାଶ୍ମୀର ପାଇଁ ଏହି ଅବଧି ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ରିଅଲ ‌ଇଷ୍ଟେଟ୍‌ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଜେଟ୍‌ଲି କହିଛନ୍ତି ଯେ, କେତେକ ରାଜ୍ୟ ଏହା ଉପରେ ସ୍ବତନ୍ତ୍ର ଆଲୋଚନା କରିବାକୁ ଚାହୁଁଛନ୍ତି। ସେଥିପାଇଁ ଫେବ୍ରୁଆରି ୨୪ରେ ହେବାକୁ ଥିବା ବୈଠକରେ ଏ ସମ୍ପର୍କିତ ନିଷ୍ପତ୍ତି ଗ୍ରହଣ କରାଯିବ। ଆଜିର ବୈଠକକୁ ଆସନ୍ତା ରବିବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।



from ଖେଳ – Sambad https://ift.tt/2DXQVSu

Post a Comment

0Comments
Post a Comment (0)