ଦରକାର ପଡ଼ିଲେ ବଲ୍ ଛାଡ଼ି ବମ୍ ଧରିବି: ସାମି

zisanmohammad
0

ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ତୀବ୍ର ନିନ୍ଦା କରିଛନ୍ତି। ଦରକାର ପଡ଼ିଲେ ଦେଶ ମାତୃକା ପାଇଁ ବଲ୍ ଛାଡ଼ି ବମ୍ ଧରିବାକୁ ତିଳେ ମାତ୍ର ଦ୍ବିଧା କରିବି ନାହିଁ ବୋଲି ସାମି ଏକ ସାକ୍ଷାତକାର ଅବସରରେ କହିଛନ୍ତି। ସେ କହିଛନ୍ତି, ଆମେ କେବେବି ପୁଲୱାମା ଆକ୍ରମଣ ଓ ଆମ ବୀର ଯବାନଙ୍କ ବଳିଦାନକୁ ଭୁଲିବା କଥା ନୁହେଁ। ଏହି ଆକ୍ରମଣ ମୋ ହୃଦୟକୁ ଦୋହଲାଇ ଦେଇଛି। ମନ ରାଗରେ ଭରି ଯାଇଛି। ଦେଶର ପ୍ରତ୍ୟେକ ନାଗରିକଙ୍କ ମନରେ ନିଶ୍ଚିତ ଭାବେ ଏହି ଭାବନା ଥିବ। ସହିଦ ହୋଇଥିବା ଯବାନଙ୍କ ପରିବାର ପ୍ରତି ମୁଁ ଗଭୀର ସମବେଦନା ଜଣାଉଛି। ଦେଶ ପାଇଁ ଲଢ଼ିବାକୁ ମୁଁ ପୂରା ପ୍ରସ୍ତୁତ ଅଛି। ମୁଁ ଆଶା କରୁଛି ଯେ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ। ଆସନ୍ତା ଅଷ୍ଟ୍ରେଲିଆ ଶୃଙ୍ଖଳା ଜିତି ଆମେ ସହିଦ ଯବାନଙ୍କୁ ଏହାକୁ ଉତ୍ସର୍ଗ କରିବା ଲକ୍ଷ୍ୟରେ ରହିବୁ। ସୂଚନାଯୋଗ୍ୟ ଯେ ବହୁ କ୍ରିକେଟରଙ୍କ ଭଳି ସାମି ମଧ୍ୟ ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ସ୍ପିନର ୟୁଜବେନ୍ଦ୍ର ଚହଲ ମଧ୍ୟ ଏହି ମାମଲାରେ ମୁହଁ ଖୋଲିଛନ୍ତି। ଆତଙ୍କାବାଦୀ ଏବଂ ଏହାକୁ ପ୍ରଶୟ ଦେଉଥିବା ଦେଶ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କେନ୍ଦ୍ର ସରକାରଙ୍କୁ ଆହ୍ବାନ କରିଛନ୍ତି।



from ଖେଳ – Sambad https://ift.tt/2SQsQax

Post a Comment

0Comments
Post a Comment (0)