ଚ‌ାଉଳ ଆତ୍ମସାତ ମାମଲାରେ ସଂପାଦକଙ୍କୁ ଜେଲ

zisanmohammad
0

ବୌଦ୍ଧ: ହିତାଧିକାରୀଙ୍କ ପାଇଁ ଆସୁଥିବା ଯୋଗାଣ ଚାଉଳ ଆତ୍ମସାତ ମାମଲାରେ ବୌଦ୍ଧ ଜିଲ୍ଳା ବରଗାଁ ପଞ୍ଚାୟତର ପୂର୍ବତନ ସଂପାଦକ ଗୋବର୍ଦ୍ଧନ ରଣାଙ୍କୁ ୩ ବର୍ଷ ଜେଲ ଓ ୧ ଲକ୍ଷ ୪୦ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନସ କୋର୍ଟ। ସୂଚନା ଅନୁସାରେ ୨୦୦୭-୦୮ ଆର୍ଥିକ ବର୍ଷରେ ହିତାଧିକାରୀଙ୍କୁ ବାଣ୍ଟିବା ପାଇଁ ୧୬୦ କ୍ବିଣ୍ଟାଲ ଛାଉଳ ଆସିଥିଲା। ସେ ସମୟରେ ମାତ୍ର ୫୦ କ୍ବିଣ୍ଟାଲ ବଣ୍ଟାଯାଇ ୧୧୦ କ୍ବିଣ୍ଟାଲ ଚାଉଳ ଯାହାର ମୂଲ୍ୟ ଲକ୍ଷେ ୪୦ହଜାର୫୩୦ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ବୌଦ୍ଧ ଭିଜିଲାନସ ଡିଏସପି ଘଟଣାର ତଦନ୍ତ କରି ବ୍ରହ୍ମପୁର ଭିଜିଲାନସ ଥାନାରେ କେସ୍ ନଂ ୭/୧୧ ଏକ ମାମଲା ରୁଜୁ କରିଥିଲେ। ମଙ୍ଗଳବାର ଏହି ଘଟଣାରେ ୧୫ଜଣଙ୍କ ସାକ୍ଷୀକୁ ଭିତ୍ତି କରି ଭିଜିଲାନସ ଜଜ୍ ଭଗବାନ ପ୍ରଧାନ ମାମଲାର ଶୁଣାଣି କରି ଦଣ୍ଡାଦେଶ ପ୍ରଦାନ କରିଥିଲେ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ସୁରେଶ ମହାପାତ୍ର କେସ୍ ପରିଚାଳନା କରିଥିଲେ।



from ଜିଲ୍ଲା – Sambad https://ift.tt/2Niw7t3

Post a Comment

0Comments
Post a Comment (0)